କଂଗ୍ରେସର ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ସାଧାରଣ ସଭା କରି ନିଜର ଦମ ଦେଖାଇଛି କଂଗ୍ରେସ। ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଆୟୋଜିତ ସଭା ଓ ଶୋଭାଯାତ୍ରାରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡରୋଡ଼, କଦମ୍ବଗୁଡା, ଭୁର୍ଟିଗଡ଼, କମର୍ଦ୍ଧା, ଗୋବର୍ଦ୍ଧନପୁର ପଞ୍ଚାୟତ ଅଞ୍ଚଳର ଏକଶହରୁ ଅଧିକ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଅନୁଷ୍ଠିତ ଜନସଭାରେ ପାଞ୍ଚଟି ପଞ୍ଚାୟତରୁ ଚାରିଶହରୁ ଅଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଆଜିର ବାଇକ ଶୋଭାଯାତ୍ରା ସିକେରକୁପାରୁ ବାହାରି ଭାଲୁଚଞ୍ଚରାଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀ, ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଭାରେ କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବଚନ୍ଦ୍ର ବାରିକ, ଭଗବାନ ମାଝୀ, ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସଭାପତି ଗୋପାଳ ଛୁରା, ଗୋବର୍ଦ୍ଧନପୁର ପଞ୍ଚାୟତ ସଭାପତି ଅଶୋକ ପରିଡା, କଂଗ୍ରେସ ନେତା କୈନୁଜ ରାଉତ, ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ଲାଲଝୁରୁ ନାଏକ, ରୂପାଧର ମାଝୀ, ଅକ୍ରୁର ସୁନା, ରଜତ ରାଉତଙ୍କ ସହିତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.