ଲାଞ୍ଜିଗଡ଼ରୋଡ ଠାରେ ନୂତନ ଇଣ୍ଡିକ୍ୟାଶ୍ ଏଟିଏମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ ତପସ୍ଵିନୀ ଭୋଇଙ୍କ ତରଫରୁ ଏକ ଇଣ୍ଡିକ୍ୟାଶ୍ ଏଟିଏମର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ ସୁଶ୍ରୀ ମମତା ଶବର। ଲାଞ୍ଜିଗଡ଼ରୋଡ଼ ତଥା ପାଖା ଅଞ୍ଚଳରେ କୌଣସି ଏଟିଏମର ସୁବିଧା ନଥିବା ଯୋଗୁ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଜନସାଧାରଣ। ଲାଞ୍ଜିଗଡ଼ରୋଡ଼ ଠାରେ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଜଙ୍କସନ ରହିଥିବା ବେଳେ ଏଠାକୁ ରାଜ୍ୟ ବାହାରୁ ଏବଂ ଜିଲ୍ଲା ବାହାରୁ ଆସୁଥିବା ଜନସାଧାରଣ ତଥା ବ୍ୟବସାୟୀ ମାନେ ଅନେକ ସମୟରେ ଟଙ୍କା ଉଠାଣ ଲାଗି ବହୁ ସମସ୍ୟାରେ ପଡିଥାଆନ୍ତି ଏବଂ ୧୫-୨୦ କି.ମି ଦୂରକୁ ଯାଇଥାନ୍ତି ଟଙ୍କା ଉଠାଇବା ପାଇଁ। ତେବେ ଏହି ଏଟିଏମରୁ ଯେ କୌଣସି ବ୍ୟାଙ୍କର ଏଟିଏମ୍ କାର୍ଡଧାରୀ ଯେ କୌଣସି ସମୟରେ ବିନା ମୂଲ୍ୟରେ ଟଙ୍କା ଉଠାଣ କରିପାରିବେ ବୋଲି କହିଛନ୍ତି ଶ୍ରୀମତୀ ଭୋଇ। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଲାଞ୍ଜିଗଡ଼ରୋଡ଼ ହାଇସ୍କୁଲ ଶିକ୍ଷକ ରବି ଚିନ୍ତାଡ଼ା, ନନ୍ଦକିଶୋର ନାଏକ, ଅମ୍ବୋଦୋଳା ଶିଶୁ ମନ୍ଦିର ଗୁରୁଜୀ ରଶ୍ମିରଞ୍ଜନ ସାହୁ, ଭୃତେଶ୍ଵର ଶବର ପ୍ରମୁଖ ଯୋଗଦେଇ ଏଟିଏମ୍ ଅପରେଟ୍ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.