ପାଣି ପାଇଁ କଳବଳ ତଳକାଲିମା ଗ୍ରାମବାସୀ: ନଳକୂପ ଥାଇବି  ବାହାରୁ ନାହିଁ ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପିଇବା ପାଣି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ଯୋଜନା,ହେଲେ ଏହି ଯୋଜନା କାହାପାଇଁ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ବିଗତ କିଛି ଦିନ ଧରି ସମସ୍ତ ଉପକୂଳରୁ ଆରମ୍ଭ କରି ଉପାନ୍ତ ପର୍ୟ୍ୟନ୍ତ ଓଡ଼ିଶା ରାଜ୍ୟ ଗ୍ରୀଷ୍ମ ଲହରୀ ଦ୍ଵାରା ପ୍ରଭାବିତ ହୋଇଛି। ରାଜ୍ୟ ବାସୀଙ୍କର ଜନଜୀବନ ଉତ୍କଟ ଭାବେ ପ୍ରଭାବିତ ହୋଇଅଛି।ଏହି ସମୟ ମଧ୍ୟରେ ଜଳର ଆବଶ୍ୟକ ରହିଥିବା ବେଳେ ବିଶେଷ କରି ପାନୀୟ ଜଳ ଲୋକ ମାନଙ୍କର ସୁରକ୍ଷା କବଚ ଭାବରେ କାର୍ଯ୍ୟ କରୁଛି। କିନ୍ତୁ ବିଜେପୁର ପଞ୍ଚାୟତ ଅଧିନସ୍ତ ତଳକାଲିମା ଗ୍ରାମରେ ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁ ବିଜେପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୨କିଲୋମିଟର ସ୍ୱତେ ମଧ୍ୟ୍ୟ ପଞ୍ଚାୟତ ପ୍ରଶାସନର ନଜର ପଡୁନି ଯାହାଫଳରେ ଗାଁ ନିକଟରେ ଥିବା ଏକ ପଥର ଖୋଲରୁ ପାଣି ସଂଗ୍ରହ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଥିରେ ଥିରେ ସୁଖୀ ଯାଉଥିବାବେଳେ ଗ୍ରାମରେ ପ୍ରାୟ ୫୩ ଘରରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ସ୍ଥଳେ ୨ଟି ନଳକୂପ ରହିଅଛି କିନ୍ତୁ ଗୋଟିଏ ନଳକୂପ ଅଚଳ ହୋଇ ୬ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏବେ ଯାଏଁ ମରାମତି ହୋଇ ପାରୁନାହିଁ ଓ ଗୋଟିଏ ନଳକୂପ କଷ୍ଟେ ମଷ୍ଟେ ପାଣି ବାହାରୁ ଥିବାରୁ ତାହାବି ନିଅଣ୍ଟ ହେଉଛି। ଲୋକେ ବାଧ୍ୟ ହୋଇ ଝରଣା ସ୍ଥାନରୁ ପାଣି ଆଣି କୌଣସି ପ୍ରକାରେ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି। ପାଣି ଆଣିବା ପାଇଁ ବିପଦ ପୂର୍ଣ୍ଣ ଜମି ହୁଡ଼ା ରାସ୍ତାରେ ଯିବା ଆସିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି। ଅସୁରକ୍ଷିତ ତଥା ଅସ୍ଵାସ୍ଥ୍ୟକର ପାଣି ବ୍ୟବହାର କରି ଅନେକ ଲୋକ ଜ୍ଵର ଝାଡ଼ା ପରି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ବହୁତ ହନ୍ତସନ୍ତ କରୁଅଛି ତେବେ ଏହି ଗ୍ରାମର ଜଳ କଷ୍ଟ ଦୂର କରିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.