କୋକସରା ଯାଦବ ସମାଜର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ଯାଦବ ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବା ପାଇଁ ନେଲେ ଶପଥ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଳକ ଯାଦବ ମହାସଭା ପକ୍ଷରୁ ଗୁରୁବାର ଯାଦବ ଭବନଠାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ଯାଦବ ସମିତିର ସଭାପତି ବିନୋଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକର ୧୮ ଗୋଟି ଆଞ୍ଚଳିକ ଯାଦବ ସମିତିର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଧର୍ମଗଡ଼ ବିଧାସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ଭାବେ ଯାଦବ ସମାଜର ଝିଅ ରଶ୍ମିରେଖା ରାଉତ ଲଢ଼େଇ କରୁଥିବାରୁ ତାଙ୍କୁ ଯାଦବ ସମାଜର ସମର୍ଥନ ରହିବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଏହି କ୍ରମରେ ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖାଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏବଂ ଦଳ ମତ ନିର୍ବିଶେଷରେ ଯାଦବ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ଲାଗି ୧୮ ଗୋଟି ଆଞ୍ଚଳିକ ଯାଦବ ସମିତି ଅନ୍ତର୍ଗତ ୪୭୬ ଭାତ କମିଟିର ସଭାପତି, ସମ୍ପାଦକ ଓ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଶପଥ ନେଇଥିଲେ। ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ବରିଷ୍ଠ ଯାଦବ ନେତା ଧନୁ ଗୋପାଳ, ପ୍ରହଲ୍ଲାଦ ଚଣ୍ଡି, ସୁଦର୍ଶନ ବେହେରା, ଶ୍ୟାମ ସୁନ୍ଦର ନାଏକ, ଦୁଷ୍ମନ୍ତ ଗହୀର, ଦେବସିଂ ନାଗ, ପଞ୍ଚକ ପୋଡ଼, ମଙ୍ଗଲୁ ଚରଣ ଭାଟି, ସୁରେଶ ନାଗ, ଭକ୍ତି ପୋଡ଼, ଡମ୍ବରୁ ଖର୍ସେଲ, ହିରଣ୍ୟ ବେହେରାଙ୍କ ସମେତ ସମସ୍ତ ଆଞ୍ଚଳିକ ଯାଦବ ସମିତିର ସଭାପତି, ସମ୍ପାଦକ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଧନସିଂ ବାଗ ସଭା ସଂଯୋଜନା କରିଥିଲାବେଳେ ଅଭିମନ୍ୟୁ ଗୋପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ  ଲମ୍ବୋଦର ନିଆଲଙ୍କୁ ମଧ୍ୟ ନିକଟରେ କୋକସରା ବ୍ଳକ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ସମାଜ ପକ୍ଷରୁ ସମର୍ଥନ ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.