ଥଇଥାନ ହେଲେ ଦୁଇ ଅନାଥ ଶିଶୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ):  ଗୋଲାମୁଣ୍ଡା ବ୍ଲକ ମାନଝରି ଗାଁରେ ରହୁଥିଲେ ଦୁଇ ଅନାଥ ଅସହାୟ ଶିଶୁ। ପିତା ଉଦ୍ଧବ କାଣ୍ଡ ଓ ମାତା ମୁକ୍ତା କାଣ୍ଡ ଦୁଇ ଜଣଙ୍କ ଦେହାନ୍ତ ପରେ ଦୁଇ ଶିଶୁ ଅସହାୟ ଜୀବନ ଯାପନ କରୁଥିଲେ। ପରିବାର କହିଲେ ଉଦ୍ଧବ ଓ ମୁକ୍ତା ଓ ସେମାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ। ବାର ବର୍ଷ ତଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁକ୍ତାଙ୍କ ଦେହାନ୍ତ ହୋଇଥିବା ବେଳେ ଗତମାସ ତେଲେଙ୍ଗାନାରେ ଉଦ୍ଧବଙ୍କ ଦେହାନ୍ତ ହୋଇଥିଲା। ନିଜର ବୋଲି ଜମିବାଡ଼ି ଖଣ୍ଡିଏ ମଧ୍ୟ ନଥିବାରୁ ଉଦ୍ଧବ ପ୍ରତିବର୍ଷ ତେଲେଙ୍ଗାନା ଯାଇ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏପଟେ ପୁଅ ଓ ଝିଅ ଗାଁରେ ରହୁଥିଲେ। ପିତାଙ୍କ ଦେହାନ୍ତ ପରେ ଦୁଇ ପୁଅ ଝିଅ ଦେଖୁ ଦେଖୁ ଅନାଥ ହୋଇଗଲେ। ସେମାନେ ବହୁତ ଅସୁବିଧାରେ ରହୁଥିବା ବିଷୟରେ ଜାଣିଲାପରେ ସମାଜସେବୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଅବଗତ କରିଥିଲେ। ଶିଶୁ ସୁରକ୍ଷା ଅଧୁକାରୀଙ୍କ ନିର୍ଦେଶ କ୍ରମେ ଗତକାଲି ସୁଧାଂଶୁ ମହାପାତ୍ର, ଗୁରୁପ୍ରସାଦ ନାଏକଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ମାନଝରି ଗାଁକୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ସମସ୍ତଙ୍କ ନିଷ୍ପତି କ୍ରମେ ପୁଅ ସିଦ୍ଧାନ୍ତଙ୍କୁ ଭବାନୀପାଟଣା ସ୍ଥିତ ଏକ ଆଶ୍ରମରେ ରଖି ପଢ଼ିବାର ବ୍ୟବସ୍ଥା କରାଗଲା।‌ ଝିଅ ଟୁନି ଗାଁରେ ରହିବ। ସିଦ୍ଧାନ୍ତର ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସ୍ବେଛାସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.