ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ବଜ୍ରପାତ ସୁରକ୍ଷା ସଂପର୍କିତ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଓ ମହାବିଦ୍ୟାଳୟ ବିକାଶ ପରିଷଦର ମିଳିତ ସହଯୋଗରେ ଜାତୀୟ ସେବା ଯୋଜନା ବିଭାଗ ଦ୍ବାରା ଆୟୋଜିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ସୁଦକ୍ଷ ପ୍ରଶିକ୍ଷକମାନଙ୍କୁ ସଶକ୍ତ କରିବା: ବଜ୍ରପାତ ଠାରୁ ସୁରକ୍ଷା ଏବଂ ଶୂନ୍ୟ କାଜୁଆଲିଟି/ ଦୁର୍ଘଟଣା ପାଇଁ ପଦକ୍ଷେପ’ କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କର୍ମଶାଳାଟି ଆରମ୍ଭ ହୋଇଥିଲା। ନିଜ ଅଭିଭାଷଣରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀଙ୍କୁ ଏହି କର୍ମଶାଳାର ନିଷ୍କର୍ସକୁ କାର୍ଯ୍ୟରେ ପରିଣତ କରିବା ତଥା ମୟୁରଭଞ୍ଜ ଓ ବାଲେଶ୍ବର ଭଳି ବଜ୍ରପାତ ପ୍ରବଣ ଅଞ୍ଚଳ ଅନ୍ତର୍ଗତ ଅନ୍ତତଃ ୧୦ ଟି ନିକଟସ୍ଥ ଗ୍ରାମକୁ ଯାଇ ବଜ୍ରପାତ ଠାରୁ ନିଜର ଜୀବନ ତଥା ପଶୁସମ୍ପଦର ରକ୍ଷା କରିବାର ଉପାୟ ଶିକ୍ଷା ଦେବାର ଦାୟିତ୍ବ ନିର୍ବାହ କରିବା ଉଚିତ ବୋଲି ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ ଯୋଗଦେଇ ସଚେତନତା, ଶିକ୍ଷା ଏବଂ ସମାଜର ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ହେଉଛି ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଥିଲେ। ଏଥିସହିତ ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର କେ.ଜେ ରମେଶ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜର ଉଦବୋଧନରେ ଏଭଳି କର୍ମଶାଳାର ଆୟୋଜନ ବିଶ୍ବବିଦ୍ୟାଳୟର ଏକ ଉତ୍ତମ ପ୍ରୟାସ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାଜକୁ ନିଶ୍ଚିତ ରୂପେ ସାହାଯ୍ଯ କରିବାନେଇ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଜାତୀୟ ସେବା ଯୋଜନା, ବାଲେଶ୍ବରର ଡିପିଓ, ଶ୍ରୀ ଗୌରାଙ୍ଗ ପଣ୍ଡା ଯୋଗଦେଇ ଉପସ୍ଥିତ ସମସ୍ତ ପ୍ରୋଗ୍ରାମ ଅଫିସର, ଏନଏସଏସ ସଂଯୋଜକ ଓ ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେଇ ସାମାଜିକ ଗୋଷ୍ଠୀଗୁଡ଼ିକ ପାଖରେ ପହଞ୍ଚି ସଠିକ ସଚେତନତାର ବାର୍ତ୍ତା ଦେବା ଓ ଜୀବନ ରକ୍ଷକ ସାଜିବାକୁ ଆହ୍ବାନ ଦେଇଥିଲେ। କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ଏନଏସଏସ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ଯ ସଂପର୍କିତ ଅବଗତ କରାଇଥିଲେ। ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ କର୍ମଶାଳା ସଂପର୍କିତ ତଥ୍ଯ ଓ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଓ ଏନଏସଏସର ପ୍ରୋଗ୍ରାମ ଅଫିସର ଡ଼କ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.