ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଗତ କିଛି ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ତା’ ସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୁତ ହେଉଛି। ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଠିକ୍ ଏତିକି ବେଳେ ଦାଉ ସାଧୁଛି ବିଜୁଳି ବିଭାଗ। ଆଜି ସକାଳୁ ସକାଳୁ ସହରର ବଡ଼ବଜାର କୁମ୍ଭାରପଡା ଫିଡରରେ ବିନା ସୂଚନାରେ ସକାଳ ୭ ଟା ରୁ ଦିବା ୧୧ ଟା ପର୍ଯ୍ୟନ୍ତ ଲାଇନ କଟା ଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ପିଇବା ପାଣି ମଧ୍ୟ ସକାଳ ସମୟରେ ଆସୁଥିବାରୁ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ପାଣି ନ ପାଇ ଡହଳ ବିକଳ ହେଉଥିବା ଦେଖାଯାଇଛି। ଗତକାଲି ଠାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ତାଠୁ ବଳି ଯାଉଛି ଦୁଃଖ।