ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ଲାପଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଶୋର କୁମାର ପ୍ରଧାନ ଯୋଗଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁଶାନ୍ତ ନାଏକ ଅତିଥି ପରିଚୟ କରିଥିବା ବେଳେ ସୁରେନ୍ଦ୍ର ନାଗ ଯୋଗ ଦିବସ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଖୁସିରାମ ଗହୀର ଯୋଗାଚାର୍ଯ୍ୟ ଭାବେ ଶିଶୁ ଭାଇ ଭଉଣୀଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୁ କୁମାର ସାହୁ ସ୍ଥାନୀୟ ବିମ୍ବାଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଯୋଗ ଦିବସ ବିଷୟରେ ମାର୍ଗ ଦର୍ଶନ କରିବା ସହିତ ଯୋଗାଭ୍ୟାସ କରେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ଗୁରୁଜୀ, ଅନୀତା ଗୁରୁମା, ସଂଯୁକ୍ତା ଗୁରୁମା, ମାନିନୀ ଗୁରୁମା ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।