ଜେଏମ୍ଏଫସି କୋର୍ଟ ପକ୍ଷରୁ ଚାରାରୋପଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବନମହୋତ୍ସବ ସପ୍ତାହ ପାଳନ ଅବସରରେ କୋକସରା ବ୍ଲକ ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଜେଏମଏଫସି କୋର୍ଟ କୋକସରା ଏବଂ କୋକସରା ଫରେଷ୍ଟ ସେକ୍ସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ କୋକସରା ବନଖଣ୍ଡ ଅଧିକାରୀ ରଶ୍ମି ରଞ୍ଜିତା ନାଏକ, ଜଗନ୍ନାଥ ନାଏକ, ହିମାଦ୍ରୀ ତନୟା ବିଶି, ଜେଏମଏଫସିଙ୍ କୋର୍ଟରୁ ଦୀପକ ଟେଟେ, ଯଶୋବନ୍ତ ଶବର, ବେଣୁଧର ନାଏକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଡ଼ଙ୍ଗୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ବିଶ୍ଵ ପରିବେଶ ଗଠନରେ ସବୁଜ ବନର ଆବଶ୍ୟକତା ଏବଂ ବନୀକରଣ ପ୍ରତି ଯୁବସମାଜର ପ୍ରତିବଦ୍ଧତା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.