ଉଦଯାପିତ ହେଲା ନର୍ଲା ବ୍ଲକ ସ୍ତରୀୟ ବିକାଶ ଧାରା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପିଏମ୍ ଶ୍ରୀ ଜବାହର ନବୋଦ୍ଦୟ ବିଦ୍ୟାଳୟ ରେ ଗତ ୧୬/୬ ରୁ ୭ ଦିନ ଧରି ଚାଲି ଆସୁଥିବା “ବିକାଶ ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଉଦଯାପିତ ହୋଇଯାଇଛି। ଆଜିର ଉଦ୍ଜାପନୀ ଉତ୍ସବ କାର୍ଯ୍ୟକ୍ରମ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ନର୍ଲା ବ୍ଲକ ଅନୁସୂଚୀତ ଜାତି ମୋର୍ଚ୍ଚା ର ସଭାପତି ପଦ୍ମନାଭ ବାଗ, ରୁପ୍ରା ମଣ୍ଡଳ ଉପସଭାପତି ଡାକଋଷି ସାହୁ, ଟାଟା ପାୱାର ନର୍ଲା କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ମିଶନ ଶକ୍ତି ନର୍ଲା ର ବ୍ଲକ ସଂଯୋଜିକା ସବିତା ସେଠୀ, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ରେ ବିଭିନ୍ନ ସରକାରୀ ଯୋଜନା ରେ ସଫଳତା ବିଷୟରେ ବୁଝାଇ ଜନ ସଚେତନତା ସୃଷ୍ଟି କରିଥିଲେ।

ପ୍ରଥମେ ମା ମାଣିକେଶ୍ୱରୀ ଙ୍କ ପୂଜନ ପରେ ଏବିଡିଓ ଶ୍ରୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରାଯାଇଥିଲା। ବିପିସି ଭୋଳାନାଥ ଦାସ ମଞ୍ଚ ସଂଯୋଜନା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆରଡବ୍ଲୁଏସଏସ କର୍ମଚାରୀ ସନତ କୁମାର ନାଏକ, ଜନ ମଙ୍ଗଳ ଵିଭାଗ କର୍ମଚାରୀ ପ୍ରକାଶ ଚନ୍ଦ୍ର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଇତ୍ୟବସରରେ ଅନ୍ତୋଦୟ ଯୋଜନାରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଥିବା ୩୦ ଜଣ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୬/୬ ଉଦ୍ଘାଟନୀ ଦିବସରେ “ଜାତି ଜନଜାତି ସମ୍ବାଦ ବୈଠକ”, ଏହାପର ଦିନ କାର୍ଯ୍ୟକ୍ରମ ରେ “କୃଷକ ସମ୍ବାଦ ବୈଠକ” ଏହାପରେ “ଯୁବ ସମ୍ବାଦ ବୈଠକ”, ସରକାରଙ୍କ “ବିଭିନ୍ନ ଯୋଜନା ଅଧିନରେ ଲାଭ ବଣ୍ଟନ ବୈଠକ”, ସ୍ୱାସ୍ଥ୍ୟ ସେବା ଜନିତ ଲାଭାନ୍ୱିତ ବୈଠକ ଅନୁଷ୍ଠିତ ହେବା ସହ ଆୟୁଷ୍ମାନ ଆରୋଗ୍ୟ ଯୋଜନା, ବାୟୋବୃଦ୍ଧୀ ଆୟୁଷ୍ମାନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ, ସେହିଭଳି ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସବୁ ପ୍ରଦାନ କରଯାଇଥିଲା। ରାଜ୍ୟ ସରକାରଙ୍କ ଯୁବ ବର୍ଗଙ୍କ ପାଇଁ ରହିଥିବା ଓ ଦକ୍ଷତା ବିକାଶ ଉପରେ ରହିଥିବା ପ୍ରଧାନ ମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ, ପ୍ରଧାନ ମନ୍ତ୍ରୀ ଖାଦ୍ୟ ପ୍ରକ୍ରୀୟା କରଣ, ଓଡିଶା ସରକାରଙ୍କ ଏମଏସଏମଇ ପ୍ରୋତ୍ସାହନ ନୀତି, ଓଡିଶା ଖାଦ୍ୟ ପ୍ରକ୍ରୀୟାକରଣ ନିତୀ, ମୁଖ୍ୟମନ୍ତ୍ରୀ ଋଣ ଫେରସ୍ତି କରଣ ଯୋଜନା ଗୁଡିକ ବିଷୟରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ନର୍ଲା ଅଞ୍ଚଳ ବାସୀ ଜନ ସାଧାରଣ, ଯୁବବର୍ଗ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ନର୍ଲା ବ୍ଲକ କର୍ମଚାରୀ ମାନଙ୍କ ସହଯୋଗ ରେ ନର୍ଲା ବ୍ଲକ ସ୍ତରୀୟ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.