ରିଷିଗାଁ ଗ୍ରାମପଞ୍ଚାୟତରେ ହିତାଧିକାରୀ ସମ୍ମିଳନୀ ଓ ସୁଭଦ୍ରା ଶକ୍ତି ସମାବେଶ

ଓଡ଼ିଆ ବାର୍ତ୍ତା/ ​ଭବାନୀପାଟଣ: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମପଞ୍ଚାୟତଠାରେ ‘ହିତାଧିକାରୀ ସମ୍ମିଳନୀ’ ଓ ‘ସୁଭଦ୍ରା ଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିକାଶର ଧାରାକୁ ଆଗକୁ ନେବା ଏବଂ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ​ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ଶର୍ମା ଯୋଗ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିସାନ୍ତ ସାହୁ, ଏଡିଇଓ ଗୀତା ହରପାଲ ଏବଂ ଏମବିକେ ଆକାଶୀ ପୋଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ସାଗରିକା ମହାନନ୍ଦ, କେତକୀ ଶବର ଏବଂ ସମାଜସେବୀ ରାଜେଶ ଗୌଡ଼ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ମହିଳା ଓ ହିତାଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପଞ୍ଚାୟତର ବହୁ ସଂଖ୍ୟାରେ ମହିଳା ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.