ସରୁନି ଚାଷୀଙ୍କ ଦୁଃଖ: ତୁନଗାଁ ମଣ୍ଡି ଆରମ୍ଭରୁ ଉଠିନି ମୁଠାଏ ବି ଧାନ

ଟୋକନ ଲେପ୍ସ ହେବା ଆଶଙ୍କା, ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶୀବାହାଲ ପେକ୍ସ ଅନ୍ତର୍ଗତ ତୁନଗାଁ ଉପ ମଣ୍ଡିରେ ମଣ୍ଡି ଆରମ୍ଭ ଦିନରୁ ଚାଷୀଙ୍କ ମୁଠାଏ ମଧ୍ୟ ଧାନ ଉଠାଣ ହୋଇପାରି ନାହିଁ। ଏଣେ ଅଳ୍ପ ଦିନ ମଧ୍ୟରେ ଟୋକନ ଲେପ୍ସ ହେବା ଆଶଙ୍କା ରହିଥିବା ବେଳେ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଏହି ମଣ୍ଡିରେ ପ୍ରାୟ ୩ଶହରୁ ଉର୍ଦ୍ଧ ଚାଷୀଙ୍କ ଧାନ ବିକ୍ରୀ ନିମନ୍ତେ ଟୋକନ ଆସିଥିବା ବେଳେ ୫ ହଜାର ୫ ଶହ କୁଇଣ୍ଟାଲ ଧାନ ଉଠାଣ ହେବାନେଇ ଟାର୍ଗେଟ ଆସିଛି। ଜିଲ୍ଲାରେ ଗତ ମେ ମାସ ୨୦ ତାରିଖରୁ ସରକାରୀ ଧାନ ମଣ୍ଡି ଖୋଲିଥିଲେ ହେଁ ତୁନଗାଁରେ ଜୁନ ମାସ ୧୯ ତାରିଖରେ ମଣ୍ଡି ଉଦଘାଟନ କରିଥିବା ଚାଷୀମାନେ କହିଛନ୍ତି। ଏହି ଚାଷୀ ମାନେ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଚାଷ କରିଥିବାରୁ ଟୋକନ ପାଇବା ପାଇଁ ମାସେ କାଳ ଆନ୍ଦୋଳନ କରିବା ପରେ ଗତ ୪ ତାରିଖରେ ଟୋକନ ଆସିଛି। ଟୋକନ ପାଇବା ପାଇଁ ଚାଷୀ ମାସେ କାଳ ସଂଗ୍ରାମ କରିବା ପରେ ଏବେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନେଇଥିବା ବେଳେ ପେକ୍ସ ଅଧିକାରୀ, ଆରଏମସି କର୍ମଚାରୀ କିମ୍ୱା ମିଲର୍ସଙ୍କ ଦେଖା ଦର୍ଶନ ମିଳୁନାହିଁ। ଯାହା ଫଳରେ ଏହି ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ୪ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପଡ଼ି ରହିଛି। କାଳବୈଶାଖୀ ଝଡ଼, ତାତି ସହିବା ପରେ ଏବେ ମୌସୁମୀ ବର୍ଷା ଲାଗିଛି। ଏଭଳି ସ୍ଥିତିରେ ଶହ ଶହ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଛି। ଏଣେ ଉକ୍ତ ଧାନ ମଣ୍ଡି ଖୋଲା ମଣ୍ଡି ହୋଇଥିବାବେଳେ ଚାଷୀଙ୍କ ରକ୍ତଝାଲ ବୁହା ବର୍ଷକର ଫସଳ ଖୋଲା ଆକାଶ ତଳେ ରହିଛି। ଆରଏମସି ପକ୍ଷରୁ ଚାଷୀଙ୍କୁ ଟାରପୋଲିନ ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଏପଟେ ନାମକୁ ମାତ୍ର ଧାନ ପର୍ଚେସ୍ ହୋଇଥିବା ବେଳେ ଜିଲ୍ଲା ବାହାରର ୨ଟି ମିଲର୍ସ ରହିଛନ୍ତି। ଏଣେ ୨୪ ତାରିଖରୁ ଚାଷୀଙ୍କ ଟୋକନ ଅବଧି ସରିବାବୁ ବସିଥିବା ବେଳେ ମଣ୍ଡିରେ ମିଲର୍ସ, ପେକ୍ସ ଅଧିକାରୀ କିମ୍ବା ଆରଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନାହିଁ। ଏପଟେ ନାମକୁ ମାତ୍ର ଧାନ ପର୍ଚେସ୍ ହୋଇଥିବା ବେଳେ ଭେଣ୍ଡର କିମ୍ବା ଟିପି କଟା ନାଁ ଭିଟିଏସ୍ କରାଯାଇଛି। ଏପଟେ ଆସନ୍ତା ୩୦ ତାରିଖରେ ସମସ୍ତ ଚାଷୀଙ୍କ ଟୋକନ ମଧ୍ୟ ଲେପ୍ସ ହେବା ଖବର ରହିଛି। ଏହି ଖବର ଚାଷୀଙ୍କ ଠାରୁ ପାଇବା ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ତୁନଗାଁ ଧାନ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କୁ ସହିତ କଥାବାର୍ତ୍ତା କରିଥିଲେ। ଏଥି ସହ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ନେଇ କହିଛନ୍ତି। ଏଣେ ଧାନ ବିକ୍ରି କରି ପାରି ନଥିବା ଅସନ୍ତୋଷ ଚାଷୀ ପ୍ରେମଲାଲ ଶବର, କୈଳାସ ନାଏକ, ପୁଷ୍ପଧ୍ୱଜ ଶବର, କେଶବ ରଣା, ଦୁର୍ଜନ ନାଏକ, ମାଧବ ଶତନାମୀ, ରଞ୍ଜନ ନାଏକ, ସୁରେନ୍ଦ୍ର ନାଏକ, ମଣିରାମ ଶବର, ମଣ୍ଟୁ ନାଏକ, ଅମର ଶବର, ଧନିରାମ ଶବର, ଗୁନ ଶବର, ଯମୁନା ଶବର ସମେତ ଶତାଧିକ ଚାଷୀ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି। ଏନେଇ କାଶୀବାହାଲ ପେକ୍ସ ସମ୍ପାଦକ ଯୁଗଲ କିଶୋର ନାଏକଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.