କୋକସରା ବ୍ଲକ ପରିସରରେ ବିଶ୍ଵ ଯୋଗ ଦିବସ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାରା ବିଶ୍ୱ ଆଜି ଯୋଗ ଦିବସ ପାଳନ କରି ଯୋଗ ଦ୍ୱାରା ଉପକାରିତା ର ଉପଲବ୍ଧି କୁ ହୃଦୟଙ୍ଗମ କରୁଛି l ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସର ରେ ମଧ୍ୟ କୋକସରା ବିଡିଓ ଡ଼ା ହିମାଞ୍ଚଳ ମାଝୀଙ୍କ ତତ୍ତ୍ଵାବଧାନରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ, ସ୍ଥାନୀୟ ଯୁବକ ଓ ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଜନସାଧାରଣ ମାନେ ଉପସ୍ଥିତ ରହି ଯୋଗଭ୍ୟାସ କରିଥିଲେ |ଆଜିର ଏହି ଯୋଗ ଦିବସ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କୋକସରା ଖଣ୍ଡ ର କାର୍ଯ୍ୟବାହି ଲଷ୍ମୀକାନ୍ତ ପଟ୍ଟନାୟକ, ଓ ଆରଏସଏସ କୋକସରା ଖଣ୍ଡ ବୌଦ୍ଧିକ ଉତ୍ତମକୁମାର ପଣ୍ଡା ସମେତ ଯୋଗ ଶିକ୍ଷକ ମାନେ ଯୋଗଦେଇ ଥିଲେ |ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ମୋହନ କୁମାର ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ଏହେମଦ ସରିଫ, କନିଷ୍ଠ ଯନ୍ତ୍ରୀ କୀର୍ତି ରଞ୍ଜନ ବେହେରା, ଅଜୟ ସେନାପତି, ସାନ୍ତୁନୁ କୁମାର ରଣା, ସୌରବ ବେହେରା, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ସୁନୀଲ ସାହୁ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଗଭ୍ୟାସ କରିଥିଲେ l କୋକସରା ବ୍ଲକ ଜିପିଡିଓ ମିଳୁ ପ୍ରଧାନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.