ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡିଶା ସରକାର ଙ୍କ ଦୁଇ ବର୍ଷ ଫୁର୍ତ୍ତି ଅବସରରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ କଲ୍ୟାଣ ଶିବିର ର ଦ୍ବିତୀୟ ଦିବସରେ ବିଭିନ୍ନ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ବସନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ର ଜୟନ୍ତୀ ବାଣୁଆ,ସୁପରଭାଇଜର, ଗ୍ରାମ ପଞ୍ଚାୟତ ର ସମସ୍ତ ୱ।ଡ ସଭ୍ୟ ସଭ୍ୟା ,ଆଶା କର୍ମି ର,ମଞ୍ଚାସୀନ ରହିଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଆୟୁଷ୍ମାନ କାର୍ଡ, ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର କାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ରୋଗୀ ମାନଙ୍କୁ ବିଭିନ୍ନ ପରିକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ପାଲି ଗ୍ରାମ ପଞ୍ଚାୟତ ଏ ଡି ଇ ଓ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।





