ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା – ନବରଙ୍ଗପୁର କୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଅଧିନ ମୋଟେର ଛକ ଓ ମୋଟ୍ରାଣୀ ମନ୍ଦିର ମଝି ରାସ୍ତାରେ ସକାଳୁ ଏକ ଅଜଣା ଗାଡ଼ି ଜଣେ ବୃଦ୍ଧକୁ ଧକ୍କା ଦେବା ଫଳରେ ଗୁରୁତର ଭାବରେ ମେଡିକାଲ ନେବା ସମୟରେ ମୃତ୍ୟୁ ଘଟିଛି।ମୃତକ ହେଲେ ମୋଟେର ଗ୍ରାମର ଫକୀର ନାଏକ।ସୂଚନା ଅନୁସାରେ, ଫକୀର ନାଏକ ସକାଳୁ ନିତ୍ୟକର୍ମ ପାଇଁ ଯାଉଥିବା ସମୟରେ ମୋଟ୍ରାଣୀ ମନ୍ଦିର ନିକଟରେ ଏକ ଅଜଣା ଚାରି ଚକିଆ ଗାଡି ଧକ୍କା ଦେଇ ଫେରାର ମାରିଥିଲା ।ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ବହୁ ଗୁରୁତର ଥିବାରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣା କୁ ସ୍ଥାନାନ୍ତର କରଯାଇଥିଲା। ସେଠାରୁ ବୁର୍ଲା ନେବା ସମୟରେ ମୃତ୍ୟୁ ହୋଇଛି।ମୃତକଙ୍କ ସ୍ତ୍ରୀ ସମେତ ଜଣେ ପୁଅ ଓ ୨ ଝିଅ ରହିଥିବା ବେଳେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବୀ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.