ବିଶିଷ୍ଟ କୃଷି ଉଦ୍ୟୋଗୀ ପ୍ରମିଳ କୁମାର ପଣ୍ଡାଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ନିବସୀ ବିଶିଷ୍ଟ କୃଷି ଉଦ୍ୟୋଗୀ ପ୍ରମିଳ କୁମାର ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହେଉଥିଲା। ହୃଦଘାତ ଯୋଗୁଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ରହିଛି। ସେ ଜଣେ ଧର୍ମ ପରାୟଣ, ସମାଜସେବୀ ଏବଂ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ଜୟପାଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ସହଧର୍ମିଣୀ କ୍ରିଷ୍ଣା ତଥା ଦୂର ଦୁରାନ୍ତରୁ ତାଙ୍କ ପୁତ୍ର ପିଣ୍ଟୁ, ପୁତ୍ର ବଧୂ ସିଲ୍କି, କନ୍ଯା ପିଙ୍କି, ରିଙ୍କି ଜୋଇଁ ମଣ୍ଟୁ ଓ ମାନସ ତଥା ନାତି ନାତୁଣୀ ଏବଂ ପରିବାର ବର୍ଗ ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଭୂବନେଶ୍ୱରରୁ ବିଶିଷ୍ଟ ଆଇନଜୀବୀ ସୁଧୀର ବେହେରା ଏବଂ ପବିତ୍ର ମୋହନ ପାଢ଼ୀ ମଧ୍ଯ ତାଙ୍କ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.