ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଅଛି।ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ଏ ଡି ଇ ଓ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅନୁସୟା ସାହୁ ଯୋଗଦେଇ ଶୂଭ ଉଦ୍ଘାଟନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ର ସଦସ୍ୟ ବସନ୍ତ ସାହୁ, ଫାର୍ମାସିଷ୍ଟ ଜଗମୋହନ ସାହୁ, ସ୍ବେଚ୍ଛାସେବୀ ଉମାଶଙ୍କର ଦୀପ, ଧନେଶ୍ଵର ପୁଞ୍ଜି, ଭୂବନେଶ୍ବର ତାଣ୍ଡି, କ୍ଷୀର ମୋହନ ଦୁର୍ଗା, ପ୍ରମୁଖ ଯୋଗଦେଇ ଜନ କଲ୍ୟାଣ ଶିବିର ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବାକୁ ଥିବା ବେଳେ ସରକାର ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ହିତାଧିକାରୀ ସଚେତନତା କରିବା ସହିତ ଅଭିଯୋଗ ଗ୍ରହଣ କରିଵାର କାର୍ଯ୍ୟକ୍ରମ ରହିଛି। ଗ୍ରାମ ପଞ୍ଚାୟତ ର ଏହି କାର୍ଯ୍ୟକ୍ରମ ଯୋଗଦେଇ ନିଜ ନିଜ ର ଅଭିଯୋଗ ପ୍ରଦାନ କରିବା ପାଇଁ ବୈଠକର ସମସ୍ତ ଉପସ୍ଥିତ ହିତାଧିକାରୀଙ୍କୁ କୁହାଯାଇଥିଲା। ପରିଶେଷରେ ଏଡିଇଓ ସମସ୍ତ ହିତାଧିକାରୀ ଯୋଗଦାନ କରି ନିଜର ଅଭିଯୋଗ ପ୍ରଦାନ କରିବା ପାଇଁ କହି ଧନ୍ୟବାଦ ଅର୍ପଣ କରିଥିଲେ





