ଓଡିଆ ବାର୍ତ୍ତା/ କଟକ: ୪୨ ମୋୖଜ଼ା ବଉଳକୁଦ ଗ୍ରାମର ମଧୁସୂଦନ ବେହେରା(୭୭)ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଛି | ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ | ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜଣେ ପରମ ଭକ୍ତ ଓ ସଙ୍ଗୀତ ପ୍ରେମୀ ଥିଲେ | ଗ୍ରାମର ଜଣେ ବରିଷ୍ଟ ମୂରବୀ ଥିଲେ । ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସାବିତ୍ରୀ ବେହେରା, ଝିଅ ସନ୍ଧ୍ୟାରାଣୀ ବେହେରା, ଜ୍ୱାଇଁ ସୁକାନ୍ତ ବେହେରା, ନାତି, ନାତୁଣୀ ବନ୍ଧୁ ପରିବାରବର୍ଗ ଉପସ୍ଥିତ ଥିଲେ | ଗ୍ରାମବାସୀ, ଗୁରୁଭାଇ ଓ ପ୍ରିୟ ପରିଜନଙ୍କ ସହଯୋଗରେ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା | ପୁତ୍ର ନିରଞ୍ଜନ ବେହେରା ମୁଖାଗ୍ନୀ ଦେଇଥିଲେ |





