ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ଥ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇ ଥିବା ଅମାନୁଷିକ କାର୍ଯ୍ୟ କଳାପ ବିରୁଦ୍ଧରେ ଅନଶନ ଓ ପ୍ରତିବାଦ ଶୋଭାଯାତ୍ରା | ଚାମେଲି ଓଝା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ଥ ତିଖିରି ପଞ୍ଚାୟତର ଜଣେ କାର୍ଯ୍ୟରତ ମହିଳା ସରପଞ୍ଚ । ନିଜ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗତ ତା୧୧/୦୬/୨୦୨୬ରିଖରେ ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରକୁ ଆସି ଅଞ୍ଚଳବାସୀଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ଆଲୋଚନା କରୁଥିବା ବେଳେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ କେତେକ ବ୍ୟକ୍ତି ବିଶେଷ ତାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କୁଭାଷା ପ୍ରୟୋଗ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତରଫରୁ ପୋଲିସକୁ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରଦାନ କରାଯାଇଥିଲା ।ଫଳ ସ୍ୱରୂପ ମହାକାଳପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିବା ପରିବର୍ଭେ ଘଟଣାଟିକୁ ଆହୁରି ସଙ୍ଗିନ କରିଥିଲେ ଏବଂ ଚାମେଲି ଙ୍କୁ ଜୋର-ଜବରଦସ୍ତ ପୋଲିସ ଗାଡିରେ ବସାଇ ଥାନାକୁ ନେଇ ଯାଇଥିଲେ । ପୋଲିସ ଗାଡିରେ ନେବା ବେଳେ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ କର୍ମଚାରୀ ଚାମେଲି ଓଝାଙ୍କ ମୋବାଇଲ୍ ଫୋନ୍ ଛଡାଇ ନେବା ସହ ତାଙ୍କୁ ମରଣାତ୍ମକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ଏପରିକି ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ କାରାଗାରକୁ ପ୍ରେରଣ କରାଯାଇଛି । ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅନ୍ୟ କର୍ମଚାରୀଙ୍କ ମାନସିକ ନିର୍ଯ୍ୟାତନା ଓ ପୋଲିସର ଶାରୀରିକ ନିର୍ଯ୍ୟାତନାରେ ଗଭୀର ଭାବେ ଅସୁସ୍ଥ ହୋଇ ପଡିଥିବା ତିଖିରି ସରପଞ୍ଚ ଚାମେଲି ଓଝା କାରାଗାର କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଆଜି ଡାକ୍ତର ଖାନାରେ ଶଯ୍ୟାଶାୟୀ । ଜଣେ କାର୍ଯ୍ୟରତ ଲୋକ ପ୍ରତିନିଧି ଙ୍କ ପ୍ରତି ପୋଲିସର ସୁପରି କଳ୍ପିତ ଅମାନୁଷିକତା ସମଗ୍ର ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କ ଓଡିଶା ଆଇନ୍ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିବାକୁ ବସିଲାଣି । ଏପରି ସ୍ଥଳେ ଉଲ୍ଲେଖନୀୟ ବିଷୟ ଉପରେ ଆପଣଙ୍କ ହସ୍ତକ୍ଷେପ ନିତାନ୍ତ ପ୍ରୟୋଜନ ହୋଇ ପଡିଛି । ଏହି ଅବସରରେ ସଂଘ ପକ୍ଷରୁ ଚାରିଗୋଟି ପ୍ରମୁଖ ଦାବୀ ଉପସ୍ଥାପନ କରିଛନ୍ତି ।
୧.ଆପଣଙ୍କ ସୁପାରିଶ କ୍ରମେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସମ୍ବନ୍ଧିତ ଘଟଣାର ସମୁଚିତ ନ୍ୟାୟିକ ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଓ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।
୨.ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରର ଓ ମହାକାଳପଡା ଥାନାର ସି.ସି.ଟିଭିରେ ଏବଂ ଚାମେଲି ଓଝାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ସମସ୍ତ ବିଷୟ ବିଧବଦ୍ଧ ଭାବେ ସାର୍ବଜନୀନ କରାଯାଉ ।
୩.ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ସହ ଜଡିତ ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ମହାକାଳପଡା ଥାନାର ଭାରପ୍ରାପ୍ତ ନିରୀକ୍ଷକ (i.i.c.) ଓ ଆରକ୍ଷୀ ଅଧିକ୍ଷକ କେନ୍ଦ୍ରାପଡାଙ୍କୁ ସେମାନଙ୍କ କାର୍ଯ୍ୟରୁ ତୁରନ୍ତ ନିଲମ୍ବିତ କରାଯାଉ ।
୪.ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାକାଳପଡା ପୋଲିସର ଅଭିଯୋଗ କ୍ରମେ ଚାମେଲି ଓଝାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ନିର୍ଦ୍ଦେଷରେ ଖଲାସ କରାଯାଉ ।ଜନ ପ୍ରତିନିଧୁମାନଙ୍କ ପ୍ରତି ଅମଲା ତନ୍ତ୍ର ଦ୍ଵାରା ହେଉଥିବା ବିବିଧ ଅନ୍ୟାୟ ତଥା ନିର୍ଯ୍ୟାତନାର ମୂଳୋତ୍ପାଟନ ନିମନ୍ତେ ଅଙ୍କୁଶ ଲଗାଯାଉ ।





