ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୂଷାପାଲି ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ମୂଷାପାଲି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଯୁବ ଯାଦବ ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଛି।ମୂଷାପାଲି ଆଞ୍ଚଳିକ ଯାଦବ ସମାଜର ସଭାପତି ଗଣେଶ୍ୱର ରାଉତଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଯାଦବ ସମିତିର ସଭାପତି ଦ୍ବାରିକାନାଥ ବାଗ, ବ୍ଳକ ଯୁବ ଯାଦବ ଉପ ସଭାପତି ଚନ୍ଦ୍ର ଶେଖର ଗୋପାଳ, ଜିଲ୍ଳା ଯାଦବ ମହାସଭା ଉପସଭାପତି ଅଲେଖ ଚନ୍ଦ୍ର ଗୋପାଳ ପ୍ରମୁଖ ଯୋଗଦେଇ ଥିଲେ। ଏହି କ୍ରମରେ ଆଞ୍ଚଳିକ ଯୁବ ଯାଦବ ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଛି। ଆଞ୍ଚଳିକ ଯୁବ ଯାଦବ ସଭାପତି ଭାବେ ଦିଗାମ୍ବର ନାଗ, ଉପ ସଭାପତି ସୁରେନ୍ଦ୍ର ବାଗ, ସମ୍ପାଦକ ନାଭିଦତ୍ତ ଚନ୍ଦନ, ସହ ସମ୍ପାଦକ ନବୀନ ନାଗ, କୋଷାଧ୍ୟକ୍ଷ ଅକ୍ଷୟ ହଂସ ପ୍ରମୁଖ ମନୋନୀତ ହୋଇଥିଲେ। ବୈଠକରେ ଲକ୍ଷ୍ମଣ ଗୋପାଳ, ଲଳିତ ଗୋପାଳ, ମୋହିତ କୁମାର ରାଉତ, ଡମ୍ବରୁଧର ଗୋପାଳ, ଗରିବ ବାଗ, ଦୁର୍ଯ୍ୟୋଧନ ଗୋପାଳ, ରାମଜିଲ୍ଲା ଚନ୍ଦନ, ବିଦ୍ୟାଧର ଗୋପାଳ, କ୍ଷମାକର ବାଗ, ବେହେରା ଚନ୍ଦନ ସମେତ ଅନେକ ଯାଦବ କର୍ମକର୍ତ୍ତା ଯୋଗଦେଇଥିଲେ।





