ବିଜେପି ସରକାରଙ୍କୁ ଜଗିବେ ବିଜେଡି ବିଧାୟକ: ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦାଇତ୍ୱ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଥମ ଥର ପାଇଁ ବିରୋଧୀ ଦଳରେ ବସିଥିବା ବିଜେଡି ରାଜ୍ୟ ସରକାରଙ୍କ ପ୍ରତିଟି କାର୍ଯ୍ୟ ଉପରେ କଡ଼ା ନଜର ରଖିବାକୁ ଭିନ୍ନ ଏକ କୌଶଳ ଆପଣାଇଛି। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର। ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ବାଣ୍ଟିଛନ୍ତି। ତାଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ଭାବେ ଘେରିବା ପାଇଁ ବିଜେଡି ଏହି କୌଶଳ ଆପଣାଇଛି ବୋଲି ଆଲୋଚନା ହେଉଛି। ଏହି କ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦାଇତ୍ୱ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.