ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆର୍ବିକ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ନିଆଁ’ । ଏହି କବିତାକୁ ଇଂରାଜୀ ଭାଷାରେ ପ୍ରଫେସର ବଙ୍କିମ ମୁଣ୍ଡ ଅନୁବାଦିତ କରିଥିବାବେଳେ ଆରବୀୟ କବି ମୁମ୍ମାର ଅଲ- ସୁଫିଆନି ଆର୍ବିକ ଭାଷାରେ ପୁଣିଥରେ ଅନୁଦିତ କରିଛନ୍ତି । ମୁମ୍ମାର ଅଲ- ସୁଫିଆନି ଜଣେ ପ୍ରତିଷ୍ଠିତ କବି ଭାବେ ଜଣାଶୁଣା । ସେ ରିପବ୍ଲିକ୍ ଅଫ୍ ୟେମେନର ଉପାଧିରେ ସମ୍ମାନିତ ହୋଇଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଗୁଡିକ ବିଶ୍ୱର ୨୦ଟି ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବିଙ୍କ ନିଆଁ କବିତା ପୁନଃ ଆର୍ବିକ ଭାଷାରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.