ଗଣମାଧ୍ୟମ ପ୍ରତିନିଧିଙ୍କ ମହାନତା; ଅଚିହ୍ନା ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜଣେ ରୋଗାକ୍ରାନ୍ତ ଅଚିହ୍ନା ବୃଦ୍ଧାଙ୍କୁ ରାତିରେ ଏକ ଆମ୍ବୁଲାନ୍ସରେ ଆଣି ଗତ ୩ଦିନ ତଳେ ଡାକ୍ତରଖାନା ପରିସରରେ କିଛିଲୋକ ଛାଡ଼ି ଚାଲିଯାଇଥିବା ଭଲି ଘଟଣା ସାମ୍ନାକୁ ଆସିଛି। କଥା କହି ପାରୁ ନଥିବା ଉକ୍ତ ବୃଦ୍ଧା ଜଣକ ଅସହ୍ୟ ଯନ୍ତ୍ରଣାରେ ଛଡପଟ ହୋଇ ଡାକ୍ତରଖାନା ପରିସରରେ ପଡି ରହିଥିଲେ। ଡାକ୍ତରଖାନାକୁ ଯା ଆସ କରୁଥିବା ଅନେକ ଲୋକଙ୍କ ନଜର ବୃଦ୍ଧାଙ୍କ ଉପରେ ପଡ଼ିଥିଲେ ମଧ୍ୟ କେହି ଧ୍ୟାନ ଦେଇ ନଥିଲେ। ଏହି ବୃଦ୍ଧାଙ୍କ ଉପରେ ବୁଧବାର ସକାଳେ କୋକସରା ବ୍ଳକର କାର୍ଯ୍ୟରତ ସାମ୍ବାଦିକ ବସନ୍ତ ସରାବୁ ଓ ଅନ୍ୟ ମାନଙ୍କ ନଜର ପଡିଥିଲା। ଏହାପରେ ମେଡିକାଲ ଇନଚାର୍ଜଙ୍କୁ ଜଣାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଉକ୍ତ ବୃଦ୍ଧାଙ୍କୁ ଡାକ୍ତରଖାନାର କର୍ମଚାରୀ ମାନେ ସଫା ସୁତୁରା କରିବା ପରେ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା।

Omkar Vasthu
Omkar Vasthu

ବୃଦ୍ଧା ମହିଳାଙ୍କ ମୁଣ୍ଡରେ ଅନେକ ଦିନରୁ ଘା ହୋଇଯାଇ ଥିବାବେଳେ ପୋକ ହୋଇଯାଇଥିବା ଜଣାପଡିଛି। ଏଥିଯୋଗୁଁ ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନ୍ୟପଟେ କଥା କହିବାକୁ ଚେଷ୍ଟା କରୁଥିଲେ ହେଁ ବୃଦ୍ଧା ଜଣକ କଥା କହିପାରୁ ନାହାନ୍ତି। ଯାହା ଫଳରେ ରୋଗୀଣା ବୃଦ୍ଧା ଜଣକର ପରିଚୟ ମଧ୍ୟ ଜଣାପଡୁ ନାହଁ। ଅନ୍ୟପଟେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ନେଇ ସିଡିଏମଓଙ୍କ ସହିତ ଆଲୋଚନା କରିଥିବା ମେଡିକାଲ୍ ଇନଚାର୍ଜ ଡାକ୍ତର ତତ୍ବଦର୍ଶୀ ଦାସ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.