ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ବିଶେଷ କରି ଦୁର୍ବୁତ୍ତମାନେ ବ୍ୟବସାୟୀକ କେନ୍ଦ୍ର ଓ ଦୋକାନ ବଜାରରେ ଚୋରି କରୁଥିବା ଦେଖିବାକୁ ମିଳୁଛି। ଗତକାଲି ରାତିରେ ସହରର ଶ୍ରୀ ଗଣେଷ ମାର୍କେଟର ମହାଲିକ୍ ଡେଲି ନିଡ୍ସ ଓ ପାନ ମସଲା ହୋଲସେଲ ଦୋକାନରୁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ସହ ସିଗାରେଟ ପେଟି ଚୋରି ହୋଇଛି। ଦୋକାନ ମାଲିକ ଗଣେଶ ମହଲିକ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କାର ପାନ ମସଲା ଓ ଡେଲି ନିଡ୍ସ ଦ୍ରବ୍ୟ ଚୋରି ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। ପ୍ରତୀକ କଲ୍ୟାଣ ମଣ୍ଡପ ପାଶ୍ବର ଗେଟ ଉପରୁ ଦୁର୍ବୁତ୍ତମାନେ ଛାତ ଉପରକୁ ଚଢି କଟର ମେସିନ ସାହାଯ୍ୟରେ ଉପରେ ଥିବା ଟିଣ ପରେ ଥିବା ଏଜବେସଟସ ଓ ପରେ ଥିବା ସିଲିଂ କୁ କାଟି ଦୋକାନ ଭିତରକୁ ପ୍ରବେଶ କରିଥିବା ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି।
ଦେକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ନେଇଥିବା ବେଳେ ଆଜି ପୋଲିସ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ନେଇ ଅନୁସନ୍ଧାନ କରୁଛି।ପ୍ରକାଶ ଥାଉ କି ଗତ ବର୍ଷ ମଧ୍ୟ ଏହି ଦୋକାନରୁ ଏକ ବଡ ଧରଣର ଚୋରି ହୋଇଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନ ଥିବା ଦୋକାନ ମାଲିକ ଗଣେଶ ମହଲିକ ଅଭିଯୋଗ କରିଛନ୍ତି।