ଗୋଚର ଜମି ଉଛେଦ ପ୍ରତିବାଦରେ ତହସିଲ ଅଫିସରେ ଗ୍ରାମବାସୀଙ୍କ ଧାରଣା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ ଭଦ୍ରା ପଞ୍ଚାୟତ ଅଧୀନସ୍ଥ ଖାସବାହାଲ ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଜବର ଦଖଲ କରିଥିବା ପ୍ରତିବାଦରେ ଗ୍ରାମବାସୀ ମଙ୍ଗଳବାର ଅପରାହ୍ନରେ ସମୟରେ ସଇଁତଲା ତହସିଲ ଅଫିସ ଠାରେ ଧାରଣାରେ ବସିଥିଲେ l ଘଟଣା ଖବର ପାଇଁ ସଇଁତଲା ତହସିଲଦାର ଆଶିଷ ଏକ୍କା, ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଓ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପହଂଚି ଉତ୍ତେଜିତ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଜା କରିଵା ସହ ୧ ମାସ ମଧ୍ୟରେ ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହ୍ଲାଇ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି l

Omkar Vasthu
Omkar Vasthu

ପ୍ରକାଶ ଯେ, ଖାସବାହାଲ ଠାରେ ଥିବା ୧୯ ଏକର ସରକାରୀ ଗୋଚର ଜମିକୁ କିଛି ଲୋକ ଜବର ଦଖଲ କରି ନିଜ ଅକ୍ତିଆରରେ ରଖିଥିବା ଯୋଗୁଁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି ଗାଈ ଗୋରୁ ଚରିବା ପାଇଁ ମଧ୍ୟ ସ୍ଥାନଟିଏ ନାହିଁ l ଏପରିକି ଜମିରେ ଗାଁର ଯୁବକମାନେ ଖେଳକୁଦ କରୁଥିବା ବେଳେ ସେହି ସ୍ଥାନରେ ଏକ ଘର ନିର୍ମାଣ କରାଯାଇଛି ବୋଲି ଗ୍ରାମବାସୀ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି l ସେହିପରି ଗୋଚର ଜମିରେ ବଲାଙ୍ଗୀର ସାଂସଦଙ୍କ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁଦାନରେ ସଇଁତଲା ବ୍ଲକ ସାଂସଦଙ୍କ ପ୍ରତିନିଧିଙ୍କ ପୁଅ ନାମରେ କାର୍ଯ୍ୟାଦେଶ ପ୍ରଦାନ କରି ବିନା ମାଟି କାର୍ଯ୍ୟରେ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଥିଲେ l ଏହି ଘଟଣାର ପ୍ରତିବାଦରେ ଗ୍ରାମବାସୀ ଗୋଚର ଜମି ଜବର ଦଖଲକାରୀମାନଙ୍କୁ ଉଛେଦ କରାଯାଉ ଓ ଗୋଚର ଜମିକୁ ବିଦ୍ୟାଳୟ ଖେଳ ପଡିଆ ନାଁରେ ନାମିତ କରାଯାଉ ବୋଲି ଗ୍ରାମବାସୀମାନେ ଧାରଣାରେ ବସିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଯଦି ଏ ଦିଗରେ ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଗ୍ରାମର ନରେନ୍ଦ୍ର ସାହୁ, ପାଣ୍ଡଵ ସାହୁ, ରମାକାନ୍ତ ସାହୁ, ଆକାଶ ଯାନୀ, ତୁଳସୀ ସାହୁ, ରାଜୁ ସାହୁ, ଜଳନ୍ଧର ନାଗ, ହେମାଶଙ୍କର ନାଗ, କୈଳାଶ ସାହୁ, ସଞ୍ଜିତ ରଣା, ରିଙ୍କୁ ରଣା, ସୁବାଷ ସାହୁ,ପ୍ରଫୁଲ୍ଲ ସାହୁ, ସନ୍ୟାସୀ ସାହୁ, ବିଜୁ ସାହୁ, ଯୁଗଳ କିଶୋର ରଣା, ନିତ୍ୟାନନ୍ଦ ରଣା, କୁରୁକ୍ଷେତ୍ର ସାହୁ, ହୁତାସନ ସାହୁ, ଦୀପ୍ତିଲାଲ ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.