ଏଥର ଦୁଇଦିନ ପାଳିତ ହେଉଛି ନୂଆଖାଇ ବାସୀ

ପ୍ରତିକୂଳ ପାଗ ସତ୍ତ୍ୱେ ନର୍ଲା ଆମିଷ ବଜାରରେ ପ୍ରବଳ ଭିଡ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପର୍ବ ପଞ୍ଚମୀ ତିଥିରେ ଜାକଜମକର ସହ ସମାପନ ହୋଯାଇଛି। କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଭବାନୀପାଟଣା, ଜୁନାଗଡ, ମ.ରାମପୁର, ଲାଞ୍ଜିଗଡ ଏହି ସ୍ଥାନ ଗୁଡିକରେ ଦଶମୀ ତିଥିରେ ନୂଆଖାଇ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲାର ବାକି ସମସ୍ତ ଅଞ୍ଚଳର ଲୋକେ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି। ରାଜ୍ୟ ସରକାରଙ୍କ ତରଫରୁ ନୂଆଖାଇ ନେଇ ପଞ୍ଚମୀ ତିଥିରେ ସାରା ରାଜ୍ୟରେ ଛୁଟି ଘୋଷଣା କରାଯାଇଥିବା ବେଳେ। ଏଥରକ ନୁଆ ସରକାର ବାସୀ ଦିନ ମଧ୍ଯ ଛୁଟି ଘୋଷଣା କରିଛନ୍ତି। ଏଣୁ ପଞ୍ଚମୀ ତିଥି ୮ ରେ ନୂଆଖାଇ ପାଳିତ ହୋଇ ଯାଇଥିବା ବେଳେ ୯ ତାରିଖ ସୋମବାର ମଧ୍ଯ ସରକାର ଛୁଟି ଘୋଷଣା କରିଛନ୍ତି। ଏଣୁ ପ୍ରତିକୂଳ ପାଗ ସତ୍ତ୍ୱେ ଆନନ୍ଦ ଉହ୍ଲାସ ମଧ୍ୟରେ ଚାଲିଛି ଛାଡଖାଇ ପାଳନ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ଆମିଷ ବଜାରରେ ଏଥିପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ନୂଆଖାଇ ଦିନ ଗ୍ରାମଦେବୀ, ଧରନୀ ଦେବୀ ଓ ମା ମହାଲକ୍ଷ୍ମୀଙ୍କ ନିକଟରେ ନୂଆ ଅନ୍ନଭୋଗ ସମର୍ପଣ କରି ନୂଆଖାଇ ପର୍ବ ପାଳିଛନ୍ତି ପଶ୍ଚିମ ଓଡିଶାବାସୀ। କଳାହାଣ୍ଡି ଜିଲ୍ଲା ନର୍ଲାରେ ପ୍ରତିକୂଳ ପାଗ, ଲଘୁଚାପ ଜନିତ ଝିପିଝିପି ବର୍ଷା ନୂଆଖାଇ ପର୍ବକୁ ଟିକେ ଫିକା ପକେଇ ଦେଲା। ପାଣି କାଦୁଅରେ ସୁଡୁବୁଡୁ ହୋଇ ନୂଆଖାଇ ମଜାରୁ ବଞ୍ଚିତ ହେଲେ ଲୋକେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଆଉ ଜମିପାରିଲା ନାହିଁ। ନର୍ଲା ଅଞ୍ଚଳରେ କାଁ ଭାଁ ପାଳିତ ହେଲା ନୂଆଖାଇ ଭେଟଘାଟ। ବ୍ୟାଘାତ ସାଜିଲା ଝିପିଝିପି ବର୍ଷା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପରମ୍ପରା ଅନୁଯାୟୀ ଆଜି ନୂଆଖାଇ ବାସୀ ପର୍ବ ପାଳନ ହେଉଥିବା ବେଳେ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ନୂଆଖାଇ ପର୍ବ ରବିବାର ହୋଇଥିବା ବେଳେ ଆଜି ସୋମବାର ନୂଆଖାଇ ବାସୀ। ଏଣୁ ସୋମବାରରେ ଅନେକ ଲୋକ ଆମିଷ ଭକ୍ଷଣ କରୁନଥିବାରୁ ଆସନ୍ତା କାଲି ମଧ୍ୟ ଅର୍ଦ୍ଧେକ ଲୋକ ବାସୀ ପାଳନ କରିବେ ବୋଲି ଜଣାପଡିଛି। ସୋମବାର ଦିନରେ ନୂଆଖାଇ ବାସୀ ପଡିଥିଲେ ମଧ୍ୟ ନର୍ଲା ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସକାଳ ୬ ଘଣ୍ଟାରୁ ଦିନ ୧୨ ଟା ଯାଏଁ ଚାଲିଥିଲା ଆମିଷ ମାର୍କେଟରେ ଭିଡ। ଆଜି ଘରେ ଘରେ ଚାଲିଛି ନୂଆଖାଇ ବାସୀ ପର୍ବ ପାଳନ। ନୂଆଖାଇ ବାସୀ ପର୍ଵ ପାଳନ ପାଇଁ ନର୍ଲା ମାର୍କେଟର ସମସ୍ତ ଦୋକାନ ବଜାର ବନ୍ଦ ହୋଇ ପଡ଼ିଥିବାରୁ ନର୍ଲା ମାର୍କେଟ ଖାଁ ଖାଁ ଲାଗୁଛି। ଏହା ସାଙ୍ଗକୁ ମାର୍କେଟରେ ମଦ୍ୟପଙ୍କ ଚଳ ପ୍ରଚଳ ଓ ସ୍ଥାନେ ସ୍ଥାନେ ପାଟିତୁଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଲଘୁଚାପ ଜନିତ ବର୍ଷା କାରଣରୁ ରବିବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ହେଉଛି। ତଥାପି ନୂଆଖାଇ ବାସୀ ପାଇଁ ଲୋକଙ୍କ ଯୋଶ ରହିଥିବା ଦେଖିବାକୁ ମିଳୁଛି। ଏଥରକ ନୂଆଖାଇ ବାସୀ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପାଳିତ ହେଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.