ଓଡ଼ିଆ ବାର୍ତ୍ତା/ ମୟୁରଭଞ୍ଜ: ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ମୟୁରଭଞ୍ଜ ଜିଲ୍ଲା ଶାଖାର ସଭାପତି ତାପସ ମଣ୍ଡଳ, ସମ୍ପାଦକ ଜନ୍ମେଜୟ ମହନ୍ତ, ସଂଯୋଜକ ଈଶାନୀ ଦେ ପ୍ରମୁଖ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ମୟୂରଭଞ୍ଜ ସାଂସଦ ନବଚ଼ରଣ ମାଝିଙ୍କୁ ସାକ୍ଷାତ କରି ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଗୁଣାତ୍ମକ ବିକାଶ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚ଼ନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଓ ସାଂସଦ ଉକ୍ତ ବିଷୟକୁ ଅତି ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚ଼ିଠି କରିବା ସହ ଆଲୋଚ଼ନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି ) ୧୩୨ ଅଫ୍ ୨୦୧୬ ରହିଛି। ତେଣୁ ଓଡ଼ିଶାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇବା ସହିତ ୭୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ସଂଘ ମତବ୍ୟକ୍ତ କରାଯାଇଛି।