ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସ୍ଥାନୀୟ ସମଲେଶ୍ବରୀ ପୀଠରେ ଜିଲ୍ଲା ଯାଦବ ମହାସଭାର ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି ତପନ ଯୁଆଡିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ମଣ୍ଡପରେ ଆଗାମୀ ଆଶ୍ବିନ ପୂର୍ଣ୍ଣିମାରେ ହେବାକୁ ଥିବା ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ସଭାପତି ତଥା ସୋନପୁର ପୌର ପରିଷଦ ସମତେ ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସଭ୍ୟଙ୍କ ଉପସ୍ଥିତିରେ ହେବାକୁ ଥିବା ଉତ୍ସବର ବ୍ୟୟ ଅଟକଳ, ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଚୟନ, ଶୋଭାଯାତ୍ରା ପାଇଁ ପାରମ୍ପାରିକ ବାଡିଖେଳ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଚୟନ, ସଂଗଠନ ସୁଦୃଢ, ନୂତନ ଯାଦବ ଭବନ ନିର୍ମାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଚଳିତ ବର୍ଷ ଆଶ୍ବିନ ପୂର୍ଣ୍ଣିମାରେ ମହା ସମାରୋହରେ ଉତ୍ସବ ପାଳନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଯାଦବ ମହାସଭାର ସମ୍ପାଦକ ପୀତବାସ ଭୋଇ, ଜିଲ୍ଲା ଯୁବ ଯାଦବ ସଭାପତି ସୁରେଶ ଷାଣ୍ଢ, ସୋନପୁର ସହରାଞ୍ଚଳ ସଭାପତି ପ୍ରଫୁଲ୍ଲ ନାଏକ, ଇନ୍ଦ୍ରଜୀତ ପରୁଆ, ମନବୋଧ ଭୋଇ, ଶିତଲ ମହାକୁର, କୈଳାଶ ଯୁଆଡି, ଶତ୍ରୁଘ୍ନ ବଗର୍ତ୍ତି, ଗଣପତି ବାଘ, ଚିତ୍ତ ରଞ୍ଜନ ଭୋଇ, କନ୍ଦର୍ପ ବାଘ, ଚକ୍ରଧର ହାତୀ, ପୃଥ୍ୱୀରାଜ ବାଘ, ମନୋରଞ୍ଜନ ଜୁଆଡି, ମନୋଜ ଯୁଆଡି, ବୃନ୍ଦାବନ ଦୀପ, ପ୍ରକାଶ ହାତୀ ପ୍ରମୁଖ ଯୋଗଦେଇ ଥିବାବେଳେ ସଭା ଶେଷରେ ପରମାନନ୍ଦ ବାଘ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.