ପ୍ରଗତି ପଥ ମହୋତ୍ସବ ୨୦୨୪ ଉଦଘାଟିତ, ପ୍ରଥମ ଦିବସରେ ରାଜ୍ୟ ସ୍ତରୀୟ ଚିତ୍ର କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ୍): ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଗତି ପଥ ମହୋତ୍ସବ ଉଦଘାଟିତ ହୋଇଯାଇଛି। ମହୋତ୍ସବର ପ୍ରଥମ ଦିବସରେ ଆଜି ପ୍ରଗତି ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଚିତ୍ରଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର, କଳାହାଣ୍ଡି ଆର୍ଟ କଲେଜର ଅଧ୍ୟକ୍ଷ ଚିଣ୍ଟୁ ପ୍ରସାଦ ନାଏକ, ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପରିଚାଳନା ସମିତିର ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା, କଂସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଲିଜିଏଟ ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର, ଡିଗ୍ରୀ କଲେଜ ଅଧ୍ୟକ୍ଷ ତାପସ ପାରିମାଣିକ, ମାନସ ରଞ୍ଜନ ପଣ୍ଡା, ଜେ ଶରତ କୁମାର, ଅଞ୍ଜନ କୁମାର ରଣା, ଜୟଦ୍ରଥ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ପ୍ରଭାସ ଚନ୍ଦ୍ର ମିଶ୍ର ଓ ଚିଣ୍ଟୁ ପ୍ରସାଦ ନାଏକଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି କର୍ମଶାଳାରେ କଳାହାଣ୍ଡି ଆର୍ଟ କଲେଜର ଛାତ୍ରଛାତ୍ରୀ ତଥା ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, ବରଗଡ ଭଳି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଓଡ଼ିଆ ବିଭାଗ ଅଧ୍ୟାପକ ଅଶୋକ କୁମାର ସାହୁ ସଂଯୋଜନା କରିଥିବା ବେଳେ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.