ପୁରୁଷୋତ୍ତମପୁରରେ ନୂତନ ତହସିଲଦାରଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ୱର ବିଏମସି ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ। ତେବେ ବର୍ତ୍ତମାନ ନୂତନ ସରକାର ଆସିଲା ପରେ ୧୧୮ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ବିଡ଼ିଓ ଏବଂ ତହସିଲଦାରଙ୍କ ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାକୁ ବଦଳି ହୋଇଥିଲା। ତେବେ ଗଞ୍ଜାମର ଚାରି ତହସିଲଦାର ମଧ୍ୟରେ ପୁରୁଷୋତ୍ତମପୁର ରହିଥିଲା। ତେବେ ଏହାପୂର୍ବରୁ ତହସିଲଦାର ଥିବା ସୁଶ୍ରୀ ଲୋପା ମୁଦ୍ରା ରଥଙ୍କ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସିକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ଏବଂ ତାଙ୍କ ସ୍ଥାନରେ ଭୁବନେଶ୍ୱର ବିଏମସି ଅଫୁସିରୁ ବିନୋଦ କୁମାର ବେହେରା ଆଜି ଅପରାହ୍ନ ରେ ଆସି କାର୍ଯ୍ୟରେ ଯୋଗ ଦେଉଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.