ଦ୍ୱିତୀୟ ଥର ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ପୁରସ୍କାର ପାଇଲେ ସନ୍ତୋଷ କୁମାର କର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ, ନର୍ଲା ରୋଡ୍‌ର ପ୍ରଧାନଶିକ୍ଷକ ତଥା ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଦ୍ୱିତୀୟ ଥର ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ପୁରସ୍କାର ପାଇଛନ୍ତି। ପୂର୍ବରୁ ରାଜ୍ୟସ୍ତରରେ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବା ଶ୍ରୀ କରଙ୍କ ପାଇଁ ଏହି ଦ୍ୱିତୀୟ ସ୍ୱୀକୃତି ତାଙ୍କ ନିରନ୍ତର ଶିକ୍ଷାଦାନ ଓ ବିଜ୍ଞାନ ଶିକ୍ଷାର ବିକାଶ ପ୍ରତି ସମର୍ପଣର ଆଉ ଏକ ପରିଚୟ। ବିଜ୍ଞାନ ଶିକ୍ଷାକୁ ଅଧିକ ଆକର୍ଷଣୀୟ, ଆନନ୍ଦଦାୟକ ଓ ଅନୁଭୂତି ଭିତ୍ତିକ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁସନ୍ଧାନ ମୂଳକ ମନୋଭାବ ଓ ବୈଜ୍ଞାନିକ ଚେତନାର ବିକାଶ ଦିଗରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସ୍ୱଳ୍ପ ଖର୍ଚ୍ଚରେ ବିଜ୍ଞାନ ଶିକ୍ଷାଦାନ, ପରୀକ୍ଷଣ ଭିତ୍ତିକ ଶିକ୍ଷଣ ଓ ଅଭିନବ ଶିକ୍ଷଣ କୌଶଳ ତାଙ୍କ ଶିକ୍ଷାଦାନର ବିଶେଷତ୍ୱ।ସେ ୨୦୨୪ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରି ଜିଲ୍ଲାକୁ ଗୌରବାନ୍ୱିତ କରିଥିଲେ। ଶିକ୍ଷା, ବିଜ୍ଞାନ ପ୍ରସାର ଓ ଶିକ୍ଷକ ପ୍ରଶିକ୍ଷଣ କ୍ଷେତ୍ରରେ ତାଙ୍କର ସକ୍ରିୟ ଅବଦାନ ରହିଛି। ଦ୍ୱିତୀୟଥର ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ସମ୍ମାନ କଳାହାଣ୍ଡି ଜିଲ୍ଲାର ଶିକ୍ଷା ଜଗତ ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ପ୍ରଧାନ ଶିକ୍ଷକ ଶ୍ରୀ କର ନର୍ଲା କାହିଁକି ସାରା କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ। ସେ ସମ୍ମାନର ଅଧିକାରୀ ବୋଲି କହିବା ସହିତ ତାଙ୍କୁ ଏଥିପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ନୀରଜ ଶର୍ମା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.