ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗାଁରେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି| ଗାଁ ଗୌନ୍ତିଆ ଦନାର୍ଦନ ଧରୁଆଙ୍କ ଅଧ୍ୟକ୍ଷତା ତଥା ଜିଲ୍ଲା ଶ୍ରଦ୍ଧା ଜାଗରଣ ପ୍ରମୁଖ ରସରାଜ ବୁଡ଼େକଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା| ଅବସରପ୍ରାପ୍ତ ସୈନିକ ସ୍ଵପ୍ନେଶ୍ଵର ଭୋଇ, ପୂର୍ବତନ କମାଣ୍ଡୋ ଗିରିରାଜ ମାଝୀ, ସମିତି ସଭ୍ୟା ପୁଷ୍ପାଞ୍ଜଳି ଧରୁଆ, ସାମାଜିକ କର୍ମୀ ଭୂମିସୂତା ମାଝୀ, ବନବାସୀ କଲ୍ୟାଣ ଆଶ୍ରମର ରାଜ୍ୟ ମହିଳା ପ୍ରମୁଖ ଗୀତାଞ୍ଜଳି ଭୋଇ, ରାଜ୍ୟ ନଗରୀୟ ପ୍ରମୁଖ ପ୍ରମୋଦ ଡୋଡ଼କା, ଜିଲ୍ଲା ଖେଳକୁଦ ପ୍ରମୁଖ ଗୋପୀନାଥ ମେହେର ଅତିଥି ଭାବେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷମୟ ଜୀବନ ଓ ଆଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ| ସଭା ପ୍ରାରମ୍ଭରେ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା| ଜିଲ୍ଲା ସଂଯୋଜକ ସରକାର ବନଛୋର ସ୍ୱାଗତ ଭାଷଣ ତଥା ଅମିଲ ପୁଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ|ଜିଲ୍ଲା ଯୁଗ୍ମ ସମ୍ପାଦକ ବିଶ୍ୱମ୍ଭର ମାଝୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ| ଶେଷରେ ସଦାନନ୍ଦ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ| ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଜନଜାତି ଗୌରବ’ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା| ଯଶୋବନ୍ତି ଭୁଏ, ସୁବର୍ଣ୍ଣ ଭୋଇ, ଯୌତିମ ସିଂ ଦେଓ, ନଳିନୀ ଭୋଇ, ଗୀତାଞ୍ଜଳି ମାଝୀ, ଦୁତିବାହନ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ|





