ତୁଳାପଡା ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ, କଳାହାଣ୍ଡି ଆନୁକୁଲ୍ଯରେ ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  କଲେଜର ଅଧ୍ୟକ୍ଷ ସୁଶୀଲ ସେନାପତିଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ସମାବେଶରେ ମୁଖ୍ଯ ଅତିଥି ଭାବେ ଶରତ ନାୟକ (ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ), ମୁଖ୍ଯ ବକ୍ତା ଭାବେ ପ୍ରଫୁଲ୍ଲ ପଟ୍ଟନାୟକ (ଅବସରପ୍ରାପ୍ତ ସମବାୟ ଅଡିଟର), ସମ୍ମାନିତ ଅତିଥି ଭାବେ ଡଃ ରାଜେଶ ସାହୁ (ଓଡ଼ିଆ ଅଧ୍ୟାପକ, ମ.ରାମପୁର କଲେଜ), ପ୍ରଫୁଲ୍ଲ ମିଶ୍ର, ଡଃ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ କଳାହାଣ୍ଡି ପ୍ରତିଷ୍ଠାର ଇତିହାସ ଓ କଳାହାଣ୍ଡିର ଅସ୍ମିତା, ଭାଷାର ମାହାତ୍ମ୍ୟ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଓଡିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅର୍ଥନୀତି ଅଧ୍ୟାପକ ସମୀର କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ୬୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଧ୍ଯାପକ ବିଜୟ ଭୋଇ, ଦୀନବନ୍ଧୁ ରାଉତ, ଅରୁଣ ନାୟକ, ନିହାରିକା ନାୟକ, ନିତ୍ଯାନନ୍ଦ ଭଞ୍ଜ, ବ୍ରଜବନ୍ଧୁ ସାହୁ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.