ଦକ୍ଷିଣ କାଳୀ ମନ୍ଦିର ଓ ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ଓ ତାରିଣୀ ମନ୍ଦିରରେ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

ଦକ୍ଷିଣ କାଳୀ ମନ୍ଦିରରେ ଆୟୋଜିତ ଚଣ୍ଡୀ ମହାଯଜ୍ଞରେ ନାରାୟଣ ମିଶ୍ର ଯଜ୍ଞର ଆଚାର୍ଯ୍ୟ ହୋଇଥିବା ବେଳେ ନିରଞ୍ଜନ ଦାଶ ଚଣ୍ଡୀ ପାଠ, ଭବାନୀ ଶଙ୍କର ଆଚାର୍ଯ୍ୟ ବିଷ୍ଣୁ ସହସ୍ର ନାମ, ସତ୍ୟ ନାରାୟଣ ମହାପାତ୍ର ଶିବ ସହସ୍ର ନାମ ଓ ଆଶିଷ କୁମାର ପଣ୍ଡା ସିଦ୍ଧ ବିନାୟକ ଓ ଆଦିତ୍ୟ କୁମାର ପଣ୍ଡା ସ୍ବସ୍ତି ବାଚକ ଦାୟିତ୍ୱ ସମ୍ପାଦନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କ୍ଷେତ୍ର ମୋହନ ଯୋଷୀ ଏବଂ ତାଙ୍କ ଧର୍ମପତ୍ନୀ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜାରୀ ସଞ୍ଜୀବ କୁମାର ଯୋଷୀ ଦେବୀଙ୍କ ନୀତି ପୂଜା ସମ୍ପାଦନ କରିଥିବା ବେଳେ ଅଭିଷିକ୍ତ ପୂଜକ ବସନ୍ତ କୁମାର ପାଢ଼ୀ ତ୍ରିଦିନାତ୍ମକ ଦେବୀଙ୍କ ସ୍ଵତନ୍ତ୍ର ଅର୍ଚ୍ଚନା କରିଥିଲେ। ଦୀପାବଳି ଦିନ ବଡି ଭୋର୍ ରୁ ବିଳମ୍ବିତ ରାତ୍ରି ଯାଏଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯଜ୍ଞର ପୂର୍ଣ୍ଣାହୁତି ପରେ ଘଟକୁ ପୁରୁଷୋତ୍ତମ ସାଗରରେ ବିସର୍ଜନ କରାଯାଇଥିଲା। ମନ୍ଦିର ପୂଜା କମିଟିର ସାଧାରଣ ସଂପାଦକ ଅଶୋକ କୁମାର ମହାପାତ୍ର, ଉପ ସଭାପତି ଜୟ କୁମାର ପଟ୍ଟନାୟକ, ଉପଦେଷ୍ଟା ଜଗଦୀଶ ମଣ୍ଡଳ, କ୍ଷୀରୋଦ ନେଗୀ, ପ୍ରମୋଦ ଖମାରୀ, ସଭ୍ୟ ଶକ୍ତି ପ୍ରସାଦ ଯୋଷୀ, ସଞ୍ଜୟ ପୁରୋହିତ, ତପନ ସାହୁ, ଶିବ ନାଏକ, ସୁମନ ନାଏକ, ସୁଚିତ ମୁଣ୍ଡ, ସନ୍ତୋଷ ଦାଶ, ସୂର୍ଯ୍ୟ ନାରାୟଣ ବିଶି, ଶରତ ଦାସ ପ୍ରମୁଖ ଶ୍ୟାମା କାଳୀ ଜନ୍ମ ମହୋତ୍ସବ ଓ ଚଣ୍ଡୀ ମହାଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ।

ସେହିପରି ସହରର ତାରିଣୀ ମନ୍ଦିରରେ ମଧ୍ୟ ଦୀପାବଳି ଉପଲକ୍ଷେ ଚଣ୍ଡୀ ମହାଯଜ୍ଞ ଆୟୋଜିତ ହୋଇଥିଲା। ଏଥିରେ ମନୋରଞ୍ଜନ ଦାଶ ଆଚାର୍ଯ୍ୟ, ଶରତ କୁମାର ମିଶ୍ର ପୁସ୍ତକାଚାର୍ଯ୍ୟ, ଦାଶରଥି ଦାଶ ଚଣ୍ଡୀ ପାଠ, ସିଦ୍ଧ ବିନାୟକ ସୁଧୀର ମିଶ୍ର, ବିଷ୍ଣୁ ସହସ୍ର ନାମ ତପନ ରଥ, ଶିବ ସହସ୍ର ନାମ ବାଞ୍ଛାନିଧି ମିଶ୍ର ସମ୍ପାଦନ କରିଥିଲେ। ହରିହର ମହାପାତ୍ର ସପତ୍ନୀକ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜାରୀ ଉତ୍ତମ ଚନ୍ଦନ ତ୍ରିପାଠୀ ଦେବୀଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.