ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ସ୍ବେଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜିତ ହୋଇଥିଲା ।
ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାପରେ ଶପଥ ପାଠ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଯୁବ ରେଡ଼ କ୍ରସ ପରାମର୍ଶଦାତା ସରୋଜ କୁମାର ପଟ୍ଟଯୋଶୀ ପରିଚାଳନା କରିଥିଲେ ।
ସାର୍ ହେନେରୀ ଡୁନାଣ୍ଟଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କିପରି ସମଗ୍ର ବିଶ୍ବରେ ସେବା -ସ୍ୱାସ୍ଥ୍ୟ-ବନ୍ଧୁତ୍ବ ସୃଷ୍ଟି କ୍ଷେତ୍ର ରେ ଭୂମିକା ଗ୍ରହଣ କରି ଯୁବ ସମାଜସେବୀ ତଥା ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ସେହି ସମ୍ପର୍କରେ ସାଧନକର୍ମୀ ମାନେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ ।
ଅଧ୍ୟାପକ ବାବୂବାହନ ବୁଦ୍ଧିଆ ଛାତ୍ରଛାତ୍ରୀ ମାନଙ୍କୁ ଯୁବ ସ୍ବେଚ୍ଛାସେବୀ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଅଧ୍ୟାପକ ଶେକ ଅକ୍ତର ରକ୍ତଦାନର ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର ରଞ୍ଜନ ସାହୁ ସ୍ବେଚ୍ଛାସେବୀଙ୍କ ସେବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବହୁ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।