ଗୋଷାଣୀ ବ୍ଲକର ବିଭିନ୍ନ ସ୍କୁଲରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ-କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ ମାନଙ୍କରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ସଚେତନତା ଅଭିଯାନ ୨-୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ତଥା ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଯୋଗ ଦେଇ ପାନ , ଗୁଟଖା , ଗୁଡ଼ାଖୁ , ବିଡି ଓ ସିଗାରେଟ ଆଦୌ ସେବନ ନ କରିବାକୁ ପରାମର୍ଶ ଦେବା ସହ ଏହି ତମାଖୁ ମାନଙ୍କରେ ଅଧିକାଂଶରେ ତଥା ବହୁ ମାତ୍ରାରେ ନିଶା ତଥା ବିଷାକ୍ତିଆ ପଦାର୍ଥ ମିଶ୍ରଣ ହୋଇଥାଏ , ଯେଉଁ ଦ୍ଵାରା କି ଶରୀରରେ ବିଭିନ୍ନ ପ୍ରକାରର କର୍କଟ ରୋଗ ସୃଷ୍ଟିର କାରଣ ହୋଇଥାଏ , ତେଣୁ ତମାଖୁ ବର୍ଜନର ଆବଶ୍ୟକତା ରହିଛି ବୋଲି କହିଥିଲେ ।

Omkar Vasthu
Omkar Vasthu

ଅନ୍ୟମାନଙ୍କ ମଧ୍ୟରେ ଏଲ:ଟି: ଶ୍ରୀ ଗୋପେଶ୍ୱର ପାଣିଗ୍ରାହୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତାରିଣୀ ସେନ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିଲେ । ସେହିଭଳି ବାଘଶାଳା ସ୍ଥିତ ରାଧାଚରଣ ଦାସ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବାଘଶାଳା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ରଜତ କୁମାର ସେଠୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀହର୍ଷ ବାବୁ ଖାଡଙ୍ଗା , ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ:- ମମତା ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ତମାଖୁମୁକ୍ତ ଅଭିଯାନ ସମ୍ପର୍କରେ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସେହିଭଳି ଦୋନୁରୁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗାରାବନ୍ଧ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ତଥା ଆୟୁଷ ଡ଼ାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ପିଏଚଇଓ: ମମତା ପାଢ଼ୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଡି: ରମେଶ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତମାଖୁ ମୁଖ୍ୟ ଅଭିଯାନ ଉପରେ ସଚେତନ କରାଇଥିଲେ । ସେହିଭଳି ବଦକତୁରୁ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗାରାବନ୍ଧ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜି: ଅରୁଣା କୁମାରୀ ପ୍ରମୁଖ ମଞ୍ଚାସିନ ରହି ତମାଖୁ ମୁକ୍ତ ଅଭିଯାନ ଓ ତାର ବିଶେଷତ୍ଵ ଉପରେ କହିଥିଲେ ।
ସମସ୍ତ ଶିକ୍ଷାନୁଷ୍ଠାନ ଠାରେ ଏହି ତମାଖୁ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ସଂପୃକ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା ପାଇଁ ଶପଥ ପାଠ କରାଯିବା ସହ ଅନ୍ୟମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶୋଭାଯାତ୍ରା ମଧ୍ୟ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଏବଂ ବ୍ୟାନର ଧରି ଗ୍ରାମ ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ସଭା କାର୍ଯ୍ୟକ୍ରମରେ ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ପାଠପଢା ସହ ଯୁବା ବୟସରେ ତମାଖୁ ସେବନ କରି କିଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି , ତମାଖୁ ସେବନ ଦ୍ଵାରା କିଭଳି ମୁଖ ଗହ୍ଵର , ଫୁସଫୁସ , ଜିଭ , ଦାନ୍ତ , ମାଢ଼ି , ବାକଯନ୍ତ୍ର ଓ ମୂତ୍ରାଶୟ କର୍କଟ ରୋଗ ହେବାର ସମ୍ଭାବନା ରହିଥିବା ସାଙ୍ଗକୁ ଏହା ଦ୍ବାରା ଘରେ ପରିବାର ମଧ୍ୟରେ କିଭଳି ଏହି ତମାଖୁ ସେବନ ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଏହା ଦ୍ଵାରା କିଭଳି ଛାତ୍ରଛାତ୍ରୀ ପାଠ ଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରିଥାନ୍ତି ଏବଂ ତାର କୁ ପରିଣାମ ପ୍ରଭୃତି ସମ୍ପର୍କରେ କହି ସଚେତନ କରା ଯାଇଥିଲା ଏବଂ ଏହି ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସାମିଲ ହୋଇ ଏକ ସୁସ୍ଥ ଓ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ନିଜକୁ ସାମିଲ କରିବାକୁ ଆହ୍ବାନ କରା ଯାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.