ନର୍ଲା ଡମ୍ବ ସମାଜର ଜରୁରୀକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରି ଛକ ଠାରେ ଡମ ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜର ବରିଷ୍ଟ ସଦସ୍ୟ ତଥା ଅବସର ପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଆନନ୍ଦ ମହାନନ୍ଦଙ୍କ ଆହ୍ଵାନ କ୍ରମେ ଏବଂ ନର୍ଲା ବ୍ଲକ ଡମ ସମାଜର ସଭାପତିଙ୍କ ରଜନୀ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା। ଆସନ୍ତା ଜାନୁୟାରି ମାସ ୭ ତାରିଖରେ ନର୍ଲା ବ୍ଲକରେ ଡମ୍ଵ ସମାଜ ପକ୍ଷରୁ ଏକ ସାମାଜିକ ଏବଂ ସ୍ମରଣୀୟ ଦିବସ ପାଳନ କରିବା ସହିତ ଡ଼ମ୍ଵ ସମାଜର କାର୍ଯ୍ୟ କର୍ତ୍ତା ଚୟନ କରାଯିବ ବୋଲି ବ୍ଲକ ସଭାପତି ରଜନୀ କୁମାର ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କହିଥିଲେ। ଆବାହକ ଆନନ୍ଦ ମହାନନ୍ଦଙ୍କ କହିବା ଅନୁଯାୟୀ ଆସନ୍ତା ୨୪ ତାରିଖରେ ହେବାକୁଥିବା କିଛି କାର୍ଯ୍ୟକ୍ରମରେ ସ୍ଥାୟୀ କମିଟିକୁ ଅଣ ଦେଖାକରି ନର୍ଲା ବ୍ଲକର କିଛି ବ୍ୟକ୍ତି ବିଶେଷ ନିଜକୁ ଡମ୍ଵ ସମାଜର ସ୍ଵଘୋଷିତ ସଭାପତି ଓ କାର୍ଯ୍ୟକର୍ତ୍ତା ମଣି କିଛି କାର୍ଯ୍ୟ କ୍ରମ କରିବାକୁ ଯାଉ ଛନ୍ତି ତେଣୁ ଡମ୍ୱ ସମାଜର କୌଣସି ବ୍ୟକ୍ତି ବିଶେଷ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିବା ପାଇଁ ପରାମର୍ଶ ଦେଇଥିଲେ। ଆସନ୍ତା ଜାନୁୟାରୀ ୭ ତାରିଖରେ ସ୍ମରଣୀୟ ଦିବସ ପାଳନ ପାଇଁ ନର୍ଲା ରେ ହଜାର ହଜାର ସଂଖ୍ୟାରେ ଯୋଗ ଦେବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସଭାପତି ଜଣାଇ ଥିଲେ।ପ୍ରକାଶ ଥାଉ କି, ଆସନ୍ତା ୨୪ ତାରିଖରେ କୌଣସି ସଭ୍ୟ ସୁଦ୍ଧାନନ୍ଦ ଆଶ୍ରମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ନ ହେବା ପାଇଁ କହିଥିଲେ। ଆଜିର ଏହି ବୈଠକରେ ଡମ୍ବ ସମାଜ ସମ୍ପାଦକ କିଚକ ହରପାଳଙ୍କ ସମେତ ପୂର୍ବତନ ସରପଞ୍ଚ ବରୁଣ ନାଏକ, କୁମର ମଣି ନାଏକ, ମନୋହର ନାଏକ, ଖଗେଶ୍ବର କୁମାର, ଜିଲ୍ଲା ଡ଼ମ୍ଵ ସମାଜର ଉପସଭାପତି ଅଭିରାମ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଡମ୍ଵ ସମାଜ ନର୍ଲା ବ୍ଲକ ଶାଖାର ସଂପାଦକ କିଚକ ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.