ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଯାଦବ ସମାଜର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଦେବରାଜ ଗଉଡ଼ଙ୍କ ଏକଦଶାହ ଦିବସ ତାଙ୍କ ଥୁଆପଦର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯାଦବ ସମାଜ ସମେତ ୩୬ ପାଟକର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଗଉଡଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭବାନୀପାଟଣା ବ୍ଲକ ଯାଦବ ସମିତି ସଭାପତି ଦେବରାଜ ଗହୀରଙ୍କ ଅଧକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସମ୍ପାଦକ ତ୍ରିପୁରା ନାୟକ, ପୂର୍ବତନ ଜ଼ିଲ୍ଲା ସଭାପତି ଡମ୍ବରୁଧର ଲହଜଳ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା କବି ସିମାଞ୍ଚଳ ନାଗ, ବିଶିଷ୍ଠ ଲୋକଗୀତ ଶିଳ୍ପୀ ସର୍ବେଶ୍ଵର ଭୋଇ, କେସିଙ୍ଗା ଓକିଲ ସଙ୍ଘ ସଭାପତି ଗୁରୁ ପ୍ରସାଦ ବଗର୍ତ୍ତୀ, ପୂର୍ବ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବଗର୍ତ୍ତୀ, କଂଗ୍ରେସ ଜିଲ୍ଲା ଉପସଭାପତି ନରହରି ବାଗ, ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଜଗଦିଶ ଯାଦବ, କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗରୁଡ଼ଧ୍ବଜ ଗହୀର, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ସମ୍ପାଦକ ମହୀପାଳ ନାଏକ, ସମାଜସେବୀ ସଚ୍ଚିଦାନନ୍ଦ ମହାଖୁଡ଼, ଯାଦବ କର୍ମଚାରୀ ସଙ୍ଘ ସଭାପତି ଲକ୍ଷ୍ମଣ ବଛା, ସମ୍ପାଦକ ନୀଳକଣ୍ଠ ଗଉଡ଼, ପୂର୍ବ ବ୍ଲକ ସଭାପତି କେଦାରନାଥ ଖର୍ସେଲ, ପ୍ରଫୁଲ ନାଏକ ଯାଦବ, ଏକତା ମଞ୍ଚ ଆବାହକ ସଦାନନ୍ଦ ଚନ୍ଦନ, ବିଶିଷ୍ଟ ସମାଜସେବୀ କେଶରୀ ନାଏକଙ୍କ ସମେତ ଥୁଆପଦର ସରପଞ୍ଚ ଦିଗାମ୍ବର ଲୋହା, କିସ୍ ସଂଯୋଜକ ଦୁଷ୍ମନ୍ତ ପ୍ରଧାନ, ଜ଼ିଲ୍ଲା ଆଦିବାସୀ ସଂଘ ପୂର୍ବ ସଭାପତି ପଦ୍ମ କିଶୋର ପୂଝାରୀ, ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ, ସାମ୍ବାଦିକ ସୁଧୀର ଗୋପାଳ, ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ଉପ ସଭାପତି ଶୋଭାବନ ଛତର, ଗୋଲାମୁଣ୍ଡା ବ୍ଲକ ଉପ ସଭାପତି ରେବା କଟା, ଯାଦବ ଏକତା ମଞ୍ଚ ସଂଗଠକ ବିଶ୍ୱନାଥ ବଗର୍ତ୍ତୀ, ସହ ସଂଗଠକ ଅଭିମନ୍ୟୁ ବାଗ, ସମାଜସେବୀ ଦୟା ହଂସ, ଆଦିତ୍ୟ ହଂସ, କୈବଲ୍ୟ ଗଉଡ଼ ପ୍ରମୁଖ ସୃତିଚାରଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଏହା ପୂର୍ବରୁ ସ୍ବର୍ଗତ ଗଉଡ଼ଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସ୍ବର୍ଗତ ଗଉଡ଼ଙ୍କ ସୁପୁତ୍ର କୀର୍ତନ ନାଏକ ଗଉଡ଼ ନିଜ ବାପାଙ୍କ ପରିବାର ଓ ସମାଜ ପ୍ରତି ରହି ଆସିଥିବା ଅବଦାନ ତଥା ତାଙ୍କୁ ଗଢିବାରେ ଥିବା ଅବଦାନ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ବକ୍ତାମାନେ ସ୍ବର୍ଗତ ଗଉଡ଼ଙ୍କ ଜୀବନ ସଂଘର୍ଷ ଓ ସ୍ୱାଭିମାନ କାହାଣୀ ବିଷୟରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଥୁଆପଦର ଆଞ୍ଚଳିକ ସମିତି ସମ୍ପାଦକ ଟିକେମଣି ଭାଟି ଧନ୍ୟବାଦ ଅର୍ପଣ କରିଥିଲେ।





