ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି ମ.ରାମପୁର ଥାନା ଠାରେ ଅଙ୍ଗନାୱାଡି କର୍ମୀ, ୧୪ରୁ ୧୬ବର୍ଷ ମଧ୍ୟରେ ଥିବା ଶିଶୁମାନଙ୍କୁ ନେଇ ପୋଲିସ ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନା ଅଧିକାରିଣୀ ସଂଯୁକ୍ତା ପ୍ରଧାନ, ଏସ ଆଇ କବିତା ବାଗ, ଏସ ଆଇ ଥବିର ବରିହା, କର୍ଲାମୁଣ୍ଡା ଫାଣ୍ଡି ଏସ ଆଇ ଗୋପାଳ କୁମାର ପୋଢ଼ ଯୋଗ ଦେଇ ୧୪ରୁ ୧୬ବର୍ଷର ବାଳକ ବାଳିକା ମାନେ ମୋବାଇଲ ବ୍ୟବହାର କରୁଥିବା ବେଳେ ସୋସିଆଲ ମିଡ଼ିଆ ହେଉ କି ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଲେ କିଭଳି ପୋଲିସର ସହାୟତା ନେବେ, ବିଭିନ୍ନ ଫ୍ରଡ଼ କଲରୁ ଦୂରରେ ରହିବେ ତା ସହିତ ମୋବଇଲ ବ୍ୟବହାର କରିବା ସମୟରେ ଯଦି କୌଣସି ଅଜଣା ନମ୍ବରରୁ ବ୍ୟାଙ୍କ ଜମାଖାତା, ଓଟିପି, ପାସୱାର୍ଡ ସମ୍ବନ୍ଧୀୟ କଲ ଆସିଲେ ତୁରନ୍ତ ଘରର ମୁଖିଆ, ନହେଲେ ପୋଲିସକୁ ଜଣାଇବାକୁ କହିଥିବାଲେ ଏକ ଭିଡ଼ିଓ ମାଧ୍ୟମରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକର ରେଗେଡା ପଂଚାୟତର ଅଙ୍ଗନବାଡି କର୍ମୀ, ୧୪ବର୍ଷରୁ ୧୬ବର୍ଷର ବାଳକ ବାଳିକା ଉପସ୍ଥିତ ଥିବା ବେଳେ ଥାନା ଏ ଏସ ଆଇ ଅଭିମନ୍ୟୁ ରାଓ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।





