ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ନୂଆପଡା ଗ୍ରାମରେ ଚିତ୍ରଗୁପ୍ତ ସେବା ସମିତି ଆନୁକୂଲ୍ୟରେ କରଣ ସମାଜର କୌଳିକ ଦେବତା ଚିତ୍ରଗୁପ୍ତଙ୍କ ପୂଜା ଓ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି| କରୁଣାକର ପଟ୍ଟନାୟକ, ମିନାକ୍ଷୀ ପଟ୍ଟନାୟକ କର୍ତ୍ତା ରହିଥିଲେ| ଗଣେଶରାମ ଠାକୁର ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ| ଏହି ଅବସରରେ ବବୁଲୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ରତିରାମ ପଟ୍ଟନାୟକଙ୍କ ସଂଯୋଜନାରେ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା| ତୁରେକେଲା ବ୍ଲକ ଜାମୁଟଝୋଲା, ମୁରିବାହାଲ ବ୍ଲକ ନୂଆପଡା, ଖୁଜେନପାଲି, ସଇଁତଲା ବ୍ଲକ ଟିକ୍ରାପଡ଼ା ଓ ବେଲପଡା ବ୍ଲକ ଧୁମାଭଟା ଗାଁରୁ କରଣ ସମାଜ ସଦସ୍ୟ ଉପସ୍ଥିତ ରହିଥିଲେ| ପିତାମ୍ବର ପଟ୍ଟନାୟକ, ରଜନୀକାନ୍ତ ଦାସ, କାଳିନ୍ଦୀପ୍ରସାଦ ମହାନ୍ତି, ନବୀନ ପଟ୍ଟନାୟକ, ମୀନକେତନ ପଟ୍ଟନାୟକ, ସୁରେନ୍ଦ୍ର ପଟ୍ଟନାୟକ, ପାରେଶ୍ଵର ପଟ୍ଟନାୟକ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସମାଜର ରୀତିନୀତି, ଶୈକ୍ଷିକ ଅର୍ଥନୈତିକ ପ୍ରଗତି, ସାଙ୍ଗଠନିକ ସୁଦୃଢତା ଆଦି ବିଷୟ ନେଇ ମତ ରଖିଥିଲେ| ଏହି ଅବସରରେ ଅନୁଷ୍ଠିତ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ସଞ୍ଜିତା ପଟ୍ଟନାୟକ ପ୍ରଥମ, ପିଙ୍କି ମହାନ୍ତି ଦ୍ଵିତୀୟ, ରୁବି ପଟ୍ଟନାୟକ ତୃତୀୟ ଏବଂ ମାଠିଆ ଫଟା ପ୍ରତିଯୋଗିତାରେ ଶ୍ରୀୟାନ ପଟ୍ଟନାୟକ ପ୍ରଥମ, ଶୁଭ୍ରାଂଶୁ ପଟ୍ଟନାୟକ ଦ୍ଵିତୀୟ, ରିତୁ ପଟ୍ଟନାୟକ ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ| ଶେଷରେ ସମୀର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ| ଡିକୁ ପଟ୍ଟନାୟକ, ଡିଲୁ ପଟ୍ଟନାୟକ, ସନତ ପଟ୍ଟନାୟକ, ବୈକୁଣ୍ଠ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଜଲ ପଟ୍ଟନାୟକ, ବନ ପଟ୍ଟନାୟକ, ଦୀପକ ପଟ୍ଟନାୟକ, ସୁରେଶ ପଟ୍ଟନାୟକ, ରମାକାନ୍ତ ପଟ୍ଟନାୟକ ବିଜୁ ପଟ୍ଟନାୟକ, ଗୁଲେଖ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ|





