ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିରେ ବିଦ୍ୟୁତ ତାରକୁ ନେଇ ଦେଖାଯାଇଛି ବିରାଟ ସମସ୍ୟା। ରୁପ୍ରାରୋଡ ବସ୍ତିର ଏମୁଣ୍ଡ ସେମୁଣ୍ଡ ରାସ୍ତା କଡ଼ରେ ଅବ୍ୟବସ୍ଥିତ ଭାବରେ ଓହଳି ରହିଛି ବିଦ୍ୟୁତ ତାର। ଏହି ବସ୍ତିକୁ ପ୍ରତିଦିନ ଅନେକ ମାଲବାହୀ ଯାନ ବାହାନ ଯା’ଆସ କରିଥାନ୍ତି। ବିଦ୍ୟୁତ ତାର ଓହଳି ରହିଥିବାରୁ ପ୍ରାୟ ସମୟରେ ସମସ୍ୟା ଦେଖା ଦେଇଥାଏ। ଅନେକ ମାସ ହେଲା ଏହି ତାରକୁ ବ୍ୟବସ୍ଥିତ ଢ଼ଙ୍ଗରେ ରଖିବା ପାଇଁ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି ସତ, କିନ୍ତୁ କାର୍ଯ୍ୟକାରୀ କରାଯାଉନାହିଁ। ବିଶେଷ କରି ବସ୍ତିର ଗାୟତ୍ରୀ ମନ୍ଦିର ଠାରୁ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ବିଦ୍ୟୁତ ତାର ଓହଳି ରହିଥିବାରୁ ଏହି ଦୀର୍ଘ ରାସ୍ତା ମଧ୍ୟରେ ଯାନ ବାହାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେବେଳେ ଏହା ଅଘଟଣ ମଧ୍ୟ ଘଟାଇପାରେ ତେଣୁ ବିଭାଗୀୟ କତୃପକ୍ଷ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।