ଯଶୋବନ୍ତ ରଣା ପାଇଲେ ପ୍ରାଇଡ୍ ଅଫ୍ ୟଙ୍ଗ ହିନ୍ଦୁସ୍ତାନ ପୁରସ୍କାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାମାଜିକ କର୍ମୀ ଯଶୋବନ୍ତ ରଣା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମାଜିକ କର୍ମୀ ଯଶୋବନ୍ତ ରଣାଙ୍କୁ ଉଲହାସନଗର (କଲ୍ୟାଣ ମୁମ୍ବାଇ) ଠାରେ ଜାତୀୟ ପୁରସ୍କାର ପ୍ରାଇଡ୍ ଅଫ୍ ୟଙ୍ଗ ହିନ୍ଦୁସ୍ତାନ ପୁରସ୍କାର ୨୦୨୫ ରେ ସମ୍ମାନିତ କରାଯାଇଛି l ଜାତୀୟ ସଂଗଠନ ୟଙ୍ଗିସ୍ତାନ ଫାଉଣ୍ଡେସନ ଦ୍ୱାରା ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିରତ ଶେଟ (ନିର୍ଦ୍ଦେଶକ ଶେଟ ଇନଷ୍ଟିଚ୍ୟୁଟ), ସ୍ୱତନ୍ତ୍ର ଅତିଥି ଡକ୍ଟର ସିଏ ବିଶ୍ୱନାଥନ ଆୟର (ବରିଷ୍ଠ ସହକାରୀ ପ୍ରଫେସର ଏବଂ ଶ୍ରୀ ବାଲାଜୀ ବିଶ୍ୱବିଦ୍ୟାଳୟ, ପୁଣେ), ୟଙ୍ଗିଷ୍ଠାନ ଫାଉଣ୍ଡେସନ ଅଧକ୍ଷ୍ୟ ମିଥିଲେସ ଝା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରଣାଙ୍କୁ ସମ୍ମାନିତ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ୧୫ ଜଣ ଯୁବ ସ୍ବେଛାସେବୀଙ୍କୁ ପ୍ରତିବର୍ଷ ୟଙ୍ଗିଷ୍ଠାନ ଫାଉଣ୍ଡେସନ ସମ୍ମାନିତ କରିଥାଏ l ଏହି ବର୍ଷ ମଧ୍ୟ ଦେଶର ୧୫ ଜଣ ଯୁବ ସ୍ବେଛାସେବୀ ସମ୍ମାନିତ ହୋଇଥିଲେ l ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ରଣା ଓ ତାଙ୍କ ସାଥୀ ମିଶି ଏକ ସଂଗଠନ ଗଢି କଳାହାଣ୍ଡି ଜିଲ୍ଲା ଓ ଜିଲ୍ଲା ବାହାରେ ଅନାଥ ଶିଶୁ ମାନଙ୍କ ଅଧିକାର ଓ ଶିକ୍ଷା, ଶିକ୍ଷାରୁ ବଂଚିତ ଶିଶୁଙ୍କୁ ପୁଣି ସ୍କୁଲ ଫେରେଇ ଆଣିବା, ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଅସହାୟ ଶିଶୁଙ୍କୁ ଶିକ୍ଷାଦାନ କରିବା ପରି କାର୍ଯ୍ୟ କରୁଛନ୍ତି l ଯାହା ଦ୍ୱାରା ଜିଲ୍ଲାର ଅନେକ ଅସହାୟ, ଅନାଥ ଶିଶୁ ଉପକୃତ ହୋଇପାରୁଛନ୍ତି  l ଶ୍ରୀ ରଣା ମୁମ୍ବାଇ ଠାରେ ସମ୍ମାନିତ ହୋଇ କଳାହାଣ୍ଡି ଜିଲ୍ଲା ଓ ଓଡିଶା କୁ ଗୌରବାନ୍ବିତ କରିଥିବାରୁ ତାଙ୍କୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.