ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡର ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସ୍ଥାନୀୟ କାନାରା ବ୍ୟାଙ୍କ ମ୍ୟାନେଜର ଭୋଜରଜ ବାଗ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସୁମିତ କୁମାର ଅଗ୍ରୱାଲ ଓ ସମ୍ମାନିତ ଅତିଥିଭାବେ ଆନନ୍ଦ ଅଗ୍ରୱାଲ ଯୋଗ ଦେଇଥିଲେ। ବିଭୁରଞ୍ଜନ ମହାଉତି ମଞ୍ଚ ପରିଚାଲନା କରିଥିବାବେଳେ ଶିକ୍ଷକ ଚୈତନ୍ୟ ସାହୁ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଅନିମା ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.