ମହାକବି କାଳିଦାସ ସଂସ୍କୃତ ଭାଷାର ମହାନ କବି। କାଳିଦାସ ହିନ୍ଦୁ ପୌରାଣିକ କଥାବସ୍ତୁ ଓ ଦର୍ଶନକୁ ନେଇ ବହୁତ ଉପାଦେୟ କାବ୍ୟ ସଂସ୍କୃତରେ ଲେଖିଯାଇଛନ୍ତି। ତାଙ୍କ ସବୁଠୁ ପ୍ରସିଦ୍ଧ ରଚନା ‘ଅଭିଜ୍ଞାନ ଶାକୁନ୍ତଳ’ ଓ ସର୍ବଶ୍ରେଷ୍ଠ ରଚନା ‘ମେଘଦୂତ’। କାଳିଦାସ ବିଦର୍ଭ ରୀତିର କବି। ଗୋପାଳ କୂଳରେ ଜନ୍ମିତ କାଳିଦାସ ବାଲ୍ୟାବସ୍ଥାରେ ମହାନ ମୂର୍ଖ ଥିଲେ। ସେ ଯେଉଁ ଗଛର ଡାଳରେ ବସିଥିଲେ ସେହି ଡାଳକୁ ହାଣୁଥିଲେ ବୋଲି କଥା ରହିଛି।