ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ କମିଟି ଓ ଗଣମାଧ୍ୟମ ସଙ୍ଘ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍ସଵ କମିଟିରର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ଈଶ୍ୱର ପୁଝାରି, ଅଶୋକ ପଟ୍ଟନାୟକ, ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼, ମାନସ ସେଠି ପ୍ରମୁଖ ଉଦବୋଧନ ଦେଇଥିଲେ l

Omkar Vasthu
Omkar Vasthu

ପ୍ରତିବର୍ଷ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ବ୍ଲକ ଓ ଏନଏସିର ଯୁଗଳବନ୍ଦିରେ ତିନି ଦିନ ଧରି କଳାହାଣ୍ଡି ଉତ୍ସଵ ପାଳନ କରାଯାଇଥାଏ । ହେଲେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା । କିଛି ଅଧିକାରୀଙ୍କ ଅରାଜକତା ଯୋଗୁଁ ବ୍ଲକ ଓ ଏନଏସି ଭାଗ ଭାଗ ହୋଇଗଲେ । ଚଳିତ ବର୍ଷ ବ୍ଲକ ନିଜେ ଏକାକି କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ କୁରୁଗୁଡା ହାଇସ୍କୁଲରେ ଖେଳ ପଡ଼ିଆ ଠାରେ କଳାହାଣ୍ଡି ଉତ୍ସଵ ପାଳନ କଳେ । ସେହିଭଳି ସେହିଦିନ ଏନଏସି ପକ୍ଷରୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପରିସରରେ ଉତ୍ସଵ ପାଳନ କଲେ । ଜୁନାଗଡ଼ ବାସୀଙ୍କ ଭାବାବେଗକୁ କୁଠାରଘାତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଅଧିକାରୀ ମାନଙ୍କ ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ଜୁନାଗଡ଼ର ଲୋକକଳା,ଲୋକ ସଂସ୍କୃତି ବଳି ପଡିଥିଲା । ବ୍ଲକ ଓ ଏନଏସି ର ଲୋକେ ଚଳିତ ବର୍ଷ ଉତ୍ସଵ ଦେଖିବାରୁ ନିରାଶ ହୋଇଥଲେ । ଜୁନାଗଡ଼ର ମାନ, ସ୍ୱାଭିମାନ ଓ ସର୍ବୋପରି ଜୁନାଗଡ଼ ର ଅଶ୍ମିତାକୁ ବଞ୍ଚାଇ ରଖିବା ପାଇଁ ଜୁନାଗଡ଼ବାସୀ ପକ୍ଷରୁ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଫେବୃଆରୀ ୧୪, ୧୫ ଓ ୧୬ ତାରିଖରେ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ ପାଳନ ହେବ ।

Udyog Nursery
Udyogi Nursery

କଳାହାଣ୍ଡି ଉତ୍ସଵକୁ ଆଗରୁ ଅଧିକାରୀ ମାନେ ପାଳନ କରୁଥିଲେ, ବର୍ତ୍ତମାନ ଜୁନାଗଡ଼ ମହୋତ୍ସବହେଉଛି ଲୋକଙ୍କ ଉତ୍ସଵ, ଏହି ଉତ୍ସଵକୁ ଜୁନାଗଡ଼ବାସୀ ଉତ୍ସାହ ଉଦ୍ଦୀପନା ରେ ସମସ୍ତେ ପାଳନ କରିବା ପାଇଁ ଜୁନାଗଡ଼ ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ପ୍ରଚାର ଓ ପ୍ରସାର ବିଭାଗ ର କମିଟି ଗଠନ ହୋଇଥିଲା ଏଥିରେ ପ୍ରଚାର ପ୍ରସାର ବିଭାଗର ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ସିଂହଦେଓ, ସହ ଅଧ୍ୟକ୍ଷ ଭାବେ ଖଗେଶ୍ୱର ଧଙ୍ଗଡ଼ାମାଝି, ଅନିଲ ପଣ୍ଡା, ଦୁର୍ଯ୍ୟୋଧନ ମାଝୀ ପ୍ରମୁଖଙ୍କୁ ମନୋନୀତ କରାଗଲା । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଏହି ମହୋତ୍ସବକୁ ସଫଳ କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.