ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ରାଉଳିଗୁଡା ଗ୍ରାମରେ ମାନିଗାଁ ପଞ୍ଚାୟତ ୧୦ଖଣ୍ଡ ଗ୍ରାମ ଯଥା କେନ୍ଦୁଗୁଡା, ବିରିଶାଲା, ମାହେନ୍ଦ୍ରି, ରାଉଲିଗୁଡା, ବୋନୂଆଗୁଡା, ମାନିଗାଁ, ଦୟାଗୁଡା, ମୂଷାପାଲା, ଜଟିଆଗୁଡା, ଘୁଷୁରାବେଡା, ମୁଦିଗୁଡାର ଗ୍ରାମବାସୀଙ୍କୁ ୫ହଜାର କମ୍ବଳ ବାଣ୍ଟିଲେ ବିଜେଡି ନେତା ମଣ୍ଟୁ ପରିଡା। ଏହି ସମୟରେ ମାନିଗାଁ ସରପଞ୍ଚ ଶୁକଦେବ ଭତ୍ରା, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ସମିତି ସଭ୍ୟ ବୈଜନ୍ତି ପୂଜାରୀ, ୱାର୍ଡ ମେମ୍ବର ଗୋପୀ ମାଝୀ,ବିପିନ ଭୁକ୍ତାଟ୍ୱିଟୁ ଜେନା, ଯୁଗଳ ପୂଜାରୀ, ଜଗବନ୍ଧୁ ଗୌଡ଼, ଭଗବାନ ମାଝୀ, ୱାର୍ଡ ମେମ୍ବର ଜଗେନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ।