କଳାହାଣ୍ଡି,୨୮/୭ : ପୂର୍ବତନ ରାଷ୍ଟ୍ରପତି, ‘ମିସାଇଲ ମ୍ୟାନ’ ତଥା ଭାରତ ରତ୍ନ ଡ. ଏପିଜେ ଅବ୍ଦୁଲ୍ କଲାମଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ତରଫରୁ ଡ. କାଲମଙ୍କ ଅମର ଆତ୍ମା ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ଓ ସମ୍ପାଦକ ମଣ୍ଟୁ ନାଏକ ଙ୍କ ନେତୃତ୍ବରେ ଭବାନିପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟ ପଶ୍ଚିମ ଛାତ୍ରାବାସରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ଶତାଧିକ ଛାତ୍ର କଲେଜ ଛକଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ମାଣିକେଶ୍ବରୀ ଛକ ପର୍ଯ୍ୟନ୍ତ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଡ଼. କଲାମ ପ୍ରତିକୂଳ ସ୍ଥିତିରେ ତାରକା ସଦୃଶ ଦୀପ୍ତିମାନ ହୋଇ ଦେଶ ଓ ସମାଜ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ତାଙ୍କର ଏହି ବ୍ୟକ୍ତିତ୍ବ ଆମକୁ ସର୍ବଦା ପ୍ରେରଣା ଦେଇଆସିଛି ବୋଲି ଛାତ୍ର ମାନେ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା କେ.ପ୍ରବୀଣ କୁମାର, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଯୁବନେତା ବାବାଅଲି ଖାନ, ଯତିନ୍ଦ୍ର ପ୍ରଧାନ, ରାହୁଲ ରୟ କୋବି, ଶିବାନନ୍ଦ ସାହୁ, ସୁଧିର ଧଙ୍ଗଡାମାଝୀ, ଯଶୋବନ୍ତ ମାଝି, ରୁପେସ ପାତ୍ର, ଗଗନ ସାହୁ , ବିଶ୍ବଜିତ ବାଗ ପ୍ରମୁଖ ଉପସ୍ଥିତ ରହି ଡ. କଲାମ୍ ଙ୍କ ସ୍ମୃତି ଚାରଣ କରିଥିଲେ ।
Click here to get daily News & Views updates
https://bit.ly/OBgroup3