ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଗ୍ରାମ ନିବାସୀ ଅକ୍ଷୟ ରଣା ବଲାଙ୍ଗୀର ଜିଲ୍ଲା କୁମ୍ଭାର ସମାଜ ସଭାପତି ରୂପେ ମନୋନୀତ ହୋଇଛନ୍ତି | ବଲାଙ୍ଗୀର ଯାଦବ ଭବନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୁମ୍ଭାର ମହାସଂଘ ସଭାରେ ସର୍ବସମ୍ମତି କ୍ରମେ ଉକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ଏହି ଘୋଷଣା ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇବା ସହ ଅକ୍ଷୟଙ୍କ ନିକଟକୁ ପରିଚିତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି | ପୂର୍ବରୁ ଅକ୍ଷୟ ସଇଁନ୍ତଳା ବ୍ଲକ ସଭାପତି ଭାବେ ତାଙ୍କର ସାମାଜିକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ପ୍ରଶଂସାର ପାତ୍ର ହୋଇଥିଲେ | କଳା, ସଂସ୍କୃତି, ପରମ୍ପରାର ରକ୍ଷା ପୂର୍ବକ ସମାଜ ଲୋକଙ୍କ ଆର୍ଥିକ, ଶୈକ୍ଷିକ ସମେତ ସର୍ବବିଧ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସେ ସଂକଳ୍ପବଦ୍ଧ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି |