ରାସ୍ତା ଉପରେ ଜମା ହେଉଛି ପାଣି; ପଥଚାରୀ ହନ୍ତସନ୍ତ 

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବିଛୁବାହାଲି ଗ୍ରାମର ରାଧା କୃଷ୍ଣ ମନ୍ଦିର ଛକରୁ ଗୌନ୍ତିଆ ପଡା ଯିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି l ପୋଷ୍ଟ ଅଫିସ ସମ୍ମୁଖରେ ପାଣି ଜମା ହେଉଛି I ଡ୍ରେନ ନାହିଁ ପାଣି ନିଷ୍କାସନ ହୋଇପାରୁ ନାହିଁ I ତେଣୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ପାଣି ଜମା ହୋଇ ରହିଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି I ବିଶେଷ କରି ସାଇକେଲ ଓ ସ୍କୁଟିରେ ଆସୁଥିବା ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଏହି ସ୍ଥାନ ପାର ହେବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.