ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡ ରେଞ୍ଜ ଅଧିନସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନାରେ ବରାହ ଶିକାର କରିବାକୁ ଯାଇ ଦୁଇ ଶିକାରୀ ଧରାପଡ଼ିଥିବା ସୂଚନା ମିଳିଛି। ସୁଚନା ଯୋଗ୍ୟ ଯେ, ଗତ କାଲି ବିଳମ୍ବିତ ରାତ୍ରୀରେ ସଇଁତଳା ଥାନା ଖାସବାହାଲ ଗାଁର ସନତ ସାହୁ ଓ ପ୍ରମୋଦ ସାହୁ କାରଖାନା ପରିସରକୁ ବରାହ ଶିକାର କରିବା ପାଇଁ ଯାଇଥିଲେ। ବାରାହ ଶିକାର କରୁଥିବା ନେଇ ସେଠାରେ ଥିବା ଦୁଇ ଘୋରୋଇ ସୁରକ୍ଷା କର୍ମୀ ଦେଖି କାରଖାନା କତୃପକ୍ଷଙ୍କୁ ଜଣାଇଥିଲେ। ପରେ କାରଖାନା କତୃପକ୍ଷ ଟିଟିଲାଗଡ ରେଞ୍ଜରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବା ପରେ ଟିଟିଲାଗଡ ରେଞ୍ଜର ସଚିଦାନନ୍ଦ ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ମୃତ ବରାହକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିଛି। ଅନ୍ୟପକ୍ଷରେ ଗୋଳାବାରୁଦ କାରଖାନାରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସତ୍ତ୍ଵେ କିଭଳି ବନ୍ୟଜନ୍ତୁ ଅସୁରକ୍ଷିତ ଭାବେ ରହୁଛନ୍ତି ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।